ଓଡ଼ିଶାଲାଇଭ୍ ବ୍ୟୁରୋ

brownies-1

ପିଲାମାନଙ୍କୁ ଚକୋଲେଟ୍ ଖୁବ୍ ପସନ୍ଦ। ତେଣୁ ଏଥିରୁ ପ୍ରସ୍ତୁତ ସମସ୍ତ ଖାଦ୍ୟ ଖାଇବାକୁ ଭଲପାଆନ୍ତି। ଆଜି ଆମେ ଆପଣଙ୍କୁ କହିବୁ କିପରି ପ୍ରସ୍ତୁତ କରିବେ ଚକୋଲେଟ୍ କ୍ରେନବେରୀ ବ୍ରାଉନୀ।

ଆବଶ୍ୟକୀୟ ସାମଗ୍ରୀ– ମଇଦା (୩/୪ କପ), କୋକୋ ପାଉଡର ଅଧା ଚାମଚ, ବ୍ରାଉନ ସୁଗାର (୩/୪ କପ), ଅଣ୍ଡା ୩ଟି, ଭାନିଲା ଏସେନ୍ସ,, ଲହୁଣି ୧୫୦ ଗ୍ରାମ, ତେଲ, ମୋଣ୍ଟେ ଡ୍ରାଇଡ୍ କ୍ରେନବେରୀ ଅଧା ଚାମଚ, ଡାର୍କ ଚକୋଲେଟ୍ ୫୦ ଗ୍ରାମ

CGU new

ପ୍ରସ୍ତୁତି ପ୍ରଣାଳୀ-

-ପ୍ରଥମେ ଓଭନକୁ ୧୮୦ ଡିଗ୍ରୀ ସେଣ୍ଟିଗ୍ରେଡରେ ଗରମ କରନ୍ତୁ। ପ୍ରାୟ ୮ ଇଞ୍ଚର ପ୍ୟାନ ନେଇ ସେଥିରେ ଚାନ୍ଦୀ ପେପର ଲଗାନ୍ତୁ। ଓଭନ୍ ଗରମ ହେବା ମଧ୍ୟରେ ଡାର୍କ ଚକୋଲେଟ ଏବଂ ଲହୁଣିକୁ ତରଳାଇ ଭଲଭାବରେ ଫେଣ୍ଟି ଦିଅନ୍ତୁ।

-ଏଥିରେ ପାଣି, ଚିନି, ଅଣ୍ଡାକୁ ଭଲସେ ମିଶାଇ ଦିଅନ୍ତୁ। ଏବେ ଏଥିରେ ଭାନିଲା ଏସେନ୍ସ ମିଶାଇ ଆହୁରି ଭଲଭାବେ ଫେଣ୍ଟନ୍ତୁ।

brownies-2

-ଏହି ମିଶ୍ରଣରେ କୋକୋ ପାଉଡର ଏବଂ ମଇଦା ମିଶାଇ ଦିଅନ୍ତୁ। ଏଥିରେ କ୍ରେନବେରୀ ପକାଇ ଗୋଳାନ୍ତୁ ଏବଂ ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରନ୍ତୁ।

-ଏହି ପେଷ୍ଟକୁ ୨୦ରୁ ୨୫ ଯାଏଁ ବେକ୍ କରନ୍ତୁ। ଏହା ହୋଇଗଲେ ପରେ ଏହାକୁ କାଢ଼ି ଦିଅନ୍ତୁ ଏବଂ ଥଣ୍ଡା ହେବାକୁ ଦିଅନ୍ତୁ। ଥଣ୍ଡା ହେବା ପରେ ଏହା ନିଜ ଅନୁସାରେ କାଟନ୍ତୁ ଏବଂ ଏହା ଉପରେ ଚକୋଲେଟ୍ ଡ୍ରିଜଲ୍ ବା ଚକୋଲେଟ୍ ସସ୍ ପକାଇ ସର୍ଭ କରନ୍ତୁ ଚକୋଲେଟ୍ କ୍ରେନବେରୀ ବ୍ରାଉନୀ।

Comment