ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣ ପାଇଁ ବହୁ ଫିଲ୍ମ ଓ ସିରିଏଲର ସୁଟିଂ ବନ୍ଦ ରହିଛି। ଫଳରେ ଅନେକ ଅଭିନେତା ଅଭିନେତ୍ରୀ ଏବେ ଅଭିନୟରୁ ବ୍ରେକ ନେଇ ଅନ୍ୟ କାମରେ ବ୍ୟସ୍ତ ରହୁଛନ୍ତି। କିଛି ଦିନ ପୂର୍ବରୁ  ଯେମିତି ନବାଜ ଉଦ୍ଧିନ ସିଦ୍ଦ୍‌କୀଙ୍କୁ ବିଲରେ କାମ କରୁଥିବାର ଦେଖିବାକୁ ମିଳିଥିଲା ଠିକ୍‌ ସେମିତି ଏବେ ଆଉ ଜଣେ ଅଭିନେତ୍ରୀ ପନିପରିବା ଜମିରେ କାମ କରୁଥିବା ନଜର ଆସିଛନ୍ତି।CGU new

ସେ ହେଲେ ଟିଭି ପରଦାର ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ରୁବିନା, ଯିଏ ଛୋଟି ବୋହୂ ଭାବେ ଅଧିକ ପରିଚିତ। ତେବେ ରୁବିନାଙ୍କର ଏବେ ସୁଟିଂ ବନ୍ଦ ରହିଛି। ଫଳରେ ରୁବିନା ଏବେ ପନିପରିବା ଲଗାଯାଇଥିବା ଏକ ଜମିରେ ମୂଳା ଉପାଡ଼ୁଥିବାରୁ ନଜର ଆସିଛନ୍ତି। ସେ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ସେହି ସମୟର ଏକ ଫଟୋ ସେୟାର କରିଛନ୍ତି। ରୁବିନାଙ୍କର ଏହି ପୋଷ୍ଟରେ ତାଙ୍କର ପ୍ରଂଶସକମାନେ ଖୁବ୍‌ କମେଣ୍ଟ ଦେଇଛନ୍ତି।

ଦିନକୁ ଦିନ ଦେଶରେ କରୋନା ସ୍ଥିତି ସଂଘାତିକ ହେଲାଣି। ଏଭଳି ସ୍ଥିତିରେ କଟକଣା ଭିତରେ ଅଳ୍ପ କେତୋଟି ସିରିଏଲ ଓ ଫିଲ୍ମର ସୁଟିଂ ଚାଲିଛି।

Comment