ଓଡ଼ିଶାଲାଇଭ୍ ବ୍ୟୁରୋ

ଆଣ୍ଡ୍ରୋଏଡ୍ ଫୋନରେ ହେବ ଡିପ୍ଲୋମା ପରୀକ୍ଷା। ଫୋନ ସାହାଯ୍ୟରେ ଘରେ ବସି ପିଲାମାନେ ପରୀକ୍ଷା ଦେଇପାରିବେ। ଏନେଇ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଏଥିରେ କୁହାଯାଇଛି ଯେ, କରୋନା ପରିସ୍ଥିତିରେ ଅନଲାଇନ୍ ସାହାଯ୍ୟରେ ପିଲାମାନେ ଶେଷ ସେମିଷ୍ଟାର ପରୀକ୍ଷା ଦେବେ। ଯେଉଁଥିରେ ସେମାନେ ଲାପଟପ ଓ କମ୍ପ୍ୟୁଟରର ବ୍ୟବହାର କରିବେ। ଯେଉଁ ପିଲାଙ୍କ ପାଖରେ ଲାପଟପ କିମ୍ବା କମ୍ପ୍ୟୁଟର ନଥିବ ସେମାନେ ଆଣ୍ଡ୍ରୋଏଡ ଫୋନର ବ୍ୟବହାର କରିପାରିବେ ବୋଲି ଏଥିରେ କୁହାଯାଇଛି।CGU newଅଗଷ୍ଟ ମାସ ୧ରୁ ୨୦ ତାରିଖ ଭିତରେ ଏହି ପରୀକ୍ଷା ହେବ। ଏହାପରେ ମାତ୍ର ସପ୍ତାହକ ପରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି। ଚଳିତବର୍ଷ ୨୫ ହଜାରରୁ ଅଧିକ ପିଲା ଡିପ୍ଲୋମା ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି।

Comment