ଓଡ଼ିଶାଲାଇଭ ବ୍ୟୁରୋ

ସୋସିଆଲ ମେସେଜିଂ ଆପ୍ ହ୍ଵାଟ୍ସଆପରେ ଆସିବ ନୂଆ ଫିଚର। କମ୍ପାନି ପକ୍ଷରୁ ନୂଆ ଡାର୍କମୋଡ୍ ଫିଚର ଆରମ୍ଭ କରାଯିବା ନେଇ ସୂଚନା ମିଳିଛି।

କମ୍ପାନି ଖୁବଶୀଘ୍ର ତାର ୟୁଜରମାନଙ୍କ ପାଇଁ ଏହି ଫିଚର ଆଣିବ ବୋଲି କହିଛି। ଏହି ଫିଚରକୁ ଲୋକମାନେ ବେସ୍ ପସନ୍ଦ କରିବା ନେଇ ମଧ୍ୟ ହ୍ଵାଟ୍ସଆପ ଆଶାବାଦୀ ଅଛି। ଏହାଛଡ଼ା ହ୍ଵାଟ୍ସଆପ ନିଜର ଡିଜାଇନରେ ମଧ୍ୟ କିଛିଟା ପରିବର୍ତ୍ତନ ଆଣିବା ନେଇ ସୂଚନା ଦେଇଛି।

ଏହି ଫିଚର ୟୁଜରମାନଙ୍କୁ ଏକ ନୂଆ ଅନୁଭବ ଦେବ। ଏହାର ବ୍ୟବହାରଦ୍ଵାରା ୟୁଜରମାନଙ୍କ ଆଖି ଉପରେ କମ ପ୍ରଭାବ ପଡିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

କିଭଳି ଆକ୍ଟିଭ କରିବେ ଡାର୍କମୋଡ?

android 10 ଓ ios 13 ମଡେଲର ସ୍ମାର୍ଟ ଫୋନ ବ୍ୟବହାର କରୁଥିବା ୟୁଜରମାନେ ନିଜ ହ୍ଵାଟ୍ସଆପ ସେଟିଂକୁ ଯିବାକୁ ହେବ। ସେଠାରେ ଥିମ ସେଟିଂକୁ ଯାଇ ଡାର୍କ ଥିମ ବିକଳ୍ପକୁ କ୍ଲିକ କରିବା ପରେ ଡାର୍କ ଥିମ ଆକ୍ଟିଭ ହୋଇଯିବ।

ସେହିଭଳି android 9 ସ୍ମାର୍ଟଫୋନ ୟୁଜରମାନେ ହ୍ଵାଟ୍ସଆପ ସେଟିଂକୁ ଯିବାକୁ ହେବ। ସେଠାରୁ ଥିମ ଅପସନକୁ କ୍ଲିକ କରିବାକୁ ହେବ। ସେଠାରୁ ଚାଟ ଅପସନକୁ ଯାଇ ଡାର୍କଥିମ ଅପସନକୁ କ୍ଲିକ କଲେ ଏହି ଫିଚର ବ୍ୟବହାର କରିପାରିବେ।

Comment