ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ମେସେଜିଙ୍ଗ ପ୍ଲାଟଫର୍ମ ହ୍ଵାଟସ୍ ଆପ୍ ସେବା ୧ ଘଣ୍ଟାରୁ ଅଧିକ ସମୟ ଧରି ବନ୍ଦ ହୋଇଯାଇଥିବାରୁ ଚିନ୍ତାରେ ପଡ଼ିଯାଇଛନ୍ତି ୟୁଜର୍ସ। ହ୍ଵାଟସ୍ ଆପ୍ ସେବା ଠପ୍ ହେବା କାରଣରୁ ଏହି ଆପ୍ ବ୍ୟବହାକାରୀ ଉଭୟ ବ୍ୟକ୍ତିଗତ ଏବଂ ବ୍ୟବସାୟୀକ ସ୍ତରରେ ପ୍ରଭାବିତ ହୋଇଛନ୍ତି।

ସମଗ୍ର ଭାରତରେ ଏହି ସେବା ବନ୍ଦ ହୋଇଛି। ବ୍ୟବହାରକାରୀ ମେସେଜ ପଠାଇପାରୁ ନାହାନ୍ତି କିମ୍ବା ଗ୍ରହଣ କରିପାରୁ ନାହାନ୍ତି। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ହେବ ହ୍ଵାଟସ୍ ଆପ୍‌ରେ ମେସେଜ ପଠାଇବା ସମୟରେ ଏରର ଆସୁଛି। ଏହି ସେବା ଠପ୍ ହେବା ଦ୍ଵାରା ଏବେ କୋଟି କୋଟି ବ୍ୟବହାରକାରୀ ପ୍ରଭାବିତ ହୋଇଛନ୍ତି। ହ୍ଵାଟସ୍ ଆପ୍ ବ୍ୟବହାରକାରୀଙ୍କ ଅଭିଯୋଗ ପରେ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ‘ମେଟା’ ପକ୍ଷରୁ ସୂଚନା ଦିଆଯାଇଛି।

Tags: #WhatsAppMessenger #WhatsApp #WhatsAppServerDown

Comment