ଓଡ଼ିଶାଲାଇଭ୍ ବ୍ୟୁରୋ

ହ୍ୱାଟସଆପ୍ ବ୍ୟବହାରକାରୀଙ୍କୁ ଝଟକା। ଆସନ୍ତା ଅକ୍ଟୋବରରୁ କେତକ ଫୋନରେ କାମ କରିବନି ହ୍ୱାଟସଆପ୍। ଆଇଫୋନ୍-୫ ଏବଂ ଆଇଫୋନ୍-୫ସିରେ ଏହି ଆପ୍ କାମ କରିବ ନାହିଁ। ଉପଭୋକ୍ତାଙ୍କ ଆଇଫୋନରେ ଆଇଓଏସ୍୧୦ କିମ୍ବା ଆଇଓଏସ୍୧୧ ଅପରେଟିଂ ସିଷ୍ଟମ୍ ଦ୍ଵାରା କାମ କରୁଥିଲେ ମଧ୍ୟ ଆଗକୁ ହ୍ୱାଟସଆପ୍ ବ୍ୟବହାର କରିପାରିବେ ନାହିଁ।

ଆସନ୍ତା ଅକ୍ଟୋବର ୨୪ରୁ ଅତ୍ୟଧିକ ପୁରୁଣା ଆଇଫୋନରେ ଏହି ସେବା ଉପଲବ୍ଧ ହେବ ନାହିଁ।  ଆଇଫୋନ୍-୫ ଏବଂ ଆଇଫୋନ୍-୫ସିରେ ଲାଟେଷ୍ଟ ଆଇସଏସ୍ ଇଂଷ୍ଟଲ କରିବା ସମ୍ଭବ ନୁହେଁ ତେଣୁ ହ୍ୱାଟସଆପ୍ ସେବା ମିଳିପାରିବ ନାହିଁ। ତେବେ ଆଇଫୋନ୍-୫ଏସ୍ ବା ଏହାର ପରବର୍ତ୍ତୀ ମଡେଲରେ ବର୍ତ୍ତମାନ ଆଇଓଏସ୍ ୧୨ର ସପୋର୍ଟ ପ୍ରାପ୍ତ ହେଉଛି । ତେଣୁ ଏହି ସବୁ ଫୋନରେ ହ୍ୱାଟସଆପ୍ କାମ କରିବ।

ଏଫ୍ଏକ୍ୟୁ(ଫ୍ରିକୁ୍ୟଣ୍ଟେଲି ଆକ୍ସଡ୍ କୋସ୍ଚିନ) ପେଜରେ ହ୍ୱାଟସଆପ୍ ଏହି ସୂଚନା ଦେଇଛି। ଏଥିପାଇଁ ଫୋନରେ ହ୍ୱାଟସଆପ୍ ବ୍ୟବହାର କରିବା ପାଇଁ ବ୍ୟବହାରକାରୀଙ୍କୁ ଆଇଓଏସ୍୧୫କୁ ଅପଗ୍ରେଡ୍ କରିବାକୁ ପଡ଼ିବ।

ତେବେ ୮୯ ପ୍ରତିଶତ ଆଇଫୋନ୍ ବ୍ୟବହାରକାରୀ ଆଇଓଏସ୍୧୫କୁ ଅପଗ୍ରେଡ୍ କରିସାରିଥିବାବେଳେ ମାତ୍ର ୪ ପ୍ରତିଶତ ଆଇଓଏସ୍୧୩ ବ୍ୟବହାରକାରୀ ଅଛନ୍ତି। ତେଣୁ ହ୍ୱାଟସଆପର ଏହି ପରିବର୍ତ୍ତନର ପ୍ରଭାବ ଖୁବ୍ କମ୍ ବ୍ୟବହାରକାରୀଙ୍କ ଉପରେ ପଡ଼ିବ ବୋଲି କୁହାଯାଊଛି।

ଆପଣଙ୍କ ଆଇଫୋନର ଲାଟେଷ୍ଟ ଅପଡେଟ୍ ଜାଣିବା ପାଇଁ ଆପଣ ସେଟିଂକୁ ଯାଆନ୍ତୁ। ସେଠାରେ ଜେନେରାଲ ଅପସନ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ ସଫ୍ଟୱେୟର ଅପଗ୍ରେଡ୍ ଯାଇ ଆପଣଙ୍କ ଫୋନରେ ହ୍ୱାଟସଆପ୍ କରିବ କି ନାହିଁ ଆପଣ ଦେଖିପାରିବେ।

Tags: #Whatsapp #iPhone5 #iPhone5c #iPhone5s #ios10 #ios11 #ios12 #FAQ

 

Comment