ଓଡିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ଆଇଏଏସ୍ ତଥା ଓଏମସି ଏମଡି ଓ କ୍ରୀଡ଼ା ନିର୍ଦ୍ଦେଶକ ଭୀନିଲ କ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କୋଭିଡ୍ ପରିଚାଳନାରେ ଓଏସଡି ଭାବରେ ନିଯୁକ୍ତ ହୋଇଛନ୍ତି। ନିଜ ପୂର୍ବ ଦାୟିତ୍ଵ ସହ ଓଏସଡି ଭାବେ ସେ ଅତିରିକ୍ତ ଦାୟିତ୍ଵ ତୁଲାଇବେ। ଏନେଇ ଗୁରୁବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।CGU newଏଥିସହ ଆଉ ଦୁଇ ଅଫିସରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଛି। ଜଳ ସମ୍ପଦ ବିଭାଗର ଯୁଗ୍ମ ସଚିବ ଲାଲା ମନୋଜ କୁମାର ରାୟଙ୍କୁ ସିଏମଓ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିପରି କଟକ ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ରଙ୍କୁ ସିଏମଓ ଉପ ସଚିବ ଭାବେ ନିଯୁକ୍ତି ମିଳିଛି। ଶୁଭ୍ରାଂଶୁଙ୍କ ସ୍ଥାନରେ ପ୍ରତାପ କୁମାର ବେଉରାଙ୍କୁ କଟକ ଉପଜିଲ୍ଲାପାଳ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି।

Comment