ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

sumona f

କପିଲ ଶର୍ମାଙ୍କ ସୋ’ରେ ‘ସରଲା’ ଭୂମିକାରେ ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରିଛନ୍ତି ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ। ହେଲେ କ’ଣ ଆପଣ ଜାଣନ୍ତି, ମାତ୍ର ୧୧ ବର୍ଷ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଥାପିଥିଲେ ସୁମୋନା। ଅମିର ଖାନ ଓ ମନୀଷା କୋରେଲାଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ମନ୍’ରେ ଏକ ଶିଶୁ କଳାକାର ଭାବେ ସେ ଡେବ୍ୟୁ କରିଥିଲେ।

CGU new

୧୯୯୯ରେ ଆସିଥିବା ଫିଲ୍ମ ‘ମନ’ରେ ସୁମୋନା ‘ନେହା’ ନାମକ ଏକ ସ୍କୁଲ ଷ୍ଟୁଡେଣ୍ଟ ଚରିତ୍ରରେ ଅଭିନୟ କରିଥିଲେ। ଏହା ପରେ ସେ ଅନ୍ୟ କେତେକ ପ୍ରଜେକ୍ଟରେ କାମ କରିଥିଲେ ମଧ୍ୟ ଏକତା କପୁରଙ୍କ ସୋ’ ‘ବଡ଼େ ଅଛେ ଲଗତେ ହେଁ’ ତାଙ୍କୁ ବେଶ୍ ସଫଳତା ଦେଇଥିଲା। ଏହି ସୋ’ରେ ‘ନତାଶା’ ଚରିତ୍ରରେ ଦର୍ଶକେ ତାଙ୍କୁ ଖୁବ୍ ପସନ୍ଦ କରିଥିଲେ।

sumona

ଏହା ବ୍ୟତୀତ ସେ କପିଲ ଶର୍ମାଙ୍କ ସହ ‘କହାନୀ କମେଡି ସର୍କସ କି’ର ବିଜେତା ମଧ୍ୟ ହୋଇଥିଲେ। ଏହା ପରେ ସେ କପିଲଙ୍କ ସୋ’ରେ ‘ସରଲା’ ଭୂମିକାରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ସୁମୋନା ରଣବୀର କପୁର ଓ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ବରଫି’ ଓ ସଲମାନ ଖାନଙ୍କ ଫିଲ୍ମ ‘କିକ୍’ରେ ମଧ୍ୟ ନଜର ଆସିଥିଲେ।

LEAVE A REPLY

Please enter your comment!
Please enter your name here