ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ମନୋରଞ୍ଜନ ଶିଳ୍ପକୁ କରୋନା ଦେଇଛି ଶକ୍ତ ଧକ୍କା। ଭାଇରସ ଭୟରେ ସିନେମା ହଲ୍ ବନ୍ଦ, ସୁଟିଂ ବି ବନ୍ଦ। ଫଳରେ ଫିଲ୍ମ ଇଣ୍ଡଷ୍ଟ୍ରି ସହିଛି ଅଜସ୍ର କ୍ଷତି। ଏହି ସଙ୍କଟ ସମୟରେ ଇଣ୍ଡଷ୍ଟ୍ରିକୁ ସାହା ହୋଇଛି ଡିଜିଟାଲ ପ୍ଲାଟଫର୍ମ। ହଟଷ୍ଟାର, ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ଜି୫ ଭଳି ପ୍ଲା୍ଟଫର୍ମରେ ରିଲିଜ ହେଉଛି ଫିଲ୍ମ। ତେବେ ଆଗାମୀ ଦିନରେ ଡିଜିଟାଲ ପ୍ଳାଟଫର୍ମରେ କେଉଁ ସବୁ ଦମଦାର ଫିଲ୍ମ ରିଲିଜ ହେଉଛି ଆସନ୍ତୁ ଜାଣିବା ଏହି ରିପୋର୍ଟରେ।

ଭର୍ଜିନ ଭାନୁପ୍ରିୟା

ଗୁଲାବୋ ସୀତାବୋ,  ଏବଂ ଘୁମକେତୁ ପରେ ଭର୍ଜିନ୍ ଭାନୁପ୍ରିୟା ଜି ୫ରେ ରିଲିଜ ହେବ।  ଉର୍ବଶୀଙ୍କର ଏହି ଫିଲ୍ମକୁ ଜୁଲାଇ ୧୬ ତାରିଖରେ ଦେଖିପାରିବେ ଦର୍ଶକ। ଏହି ଫିଲ୍ମରେ ଉବର୍ଶୀ ଲିଡରୋଲ୍‌ରେ ଥିଲା ବେଳେ ଗୌତମ ଗୁଲାଟି, ଅର୍ଚ୍ଚନା  ପୁରାଣ ସିଂଙ୍କ ଭଳି କଳାକାରମାନେ ମଧ୍ୟ ଅଛନ୍ତି।dil bechara

ଦିଲ ବେଚୋରା

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ଦିଲ୍ ବେଚେରା ମଧ୍ୟ ଡିଜିଟାଲି ରିଲିଜ ହେବ। ମୁକେଶ ଛାବଡ଼ାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜୁଲାଇ ୨୪ରେ ଡିସ୍ନି ହଟଷ୍ଟାରରେ ଦେଖିପାରିବେ ଦର୍ଶକ। ଏହି ଫିଲ୍ମରେ ସୁଶାନ୍ତଙ୍କ ଅପୋଜିଟରେ ନଜର ଆସିବେ ନବାଗତା ସଞ୍ଜନା ସଙ୍ଗୀ।

ଗୁଞ୍ଜନ ସକସେନା

ଜାହ୍ନବୀ କପୁରଙ୍କ ଅଭିନୀତ ଏହା ଏକ ବାୟୋପିକ। ତାରିଖ ନିର୍ଦ୍ଧାରିତ ହୋଇନଥିଲେ ବି ଜୁଲାଇ ମାସରେ ହିଁ ଫିଲ୍ମଟି ନେଟପ୍ଲିକ୍ସରେ ରିଲିଜ ହେବ। ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶରନ ଶର୍ମା। ଫିଲ୍ମର ପ୍ରଡ୍ୟୁସର ହେଉଛନ୍ତି କରଣ ଜୋହର। କାରଗିଲ ଯୁଦ୍ଧ ସମୟରେ ଯୁଦ୍ଧ ବିମାନ ଉଡ଼ାଇବାରେ ଗୁଞ୍ଜନ ସକସେନା ଥିଲେ ପ୍ରଥମ ମହିଳା। ତାଙ୍କ ଜୀବନୀକୁ ନେଇ ତିଆରି ହୋଇଛି ଏହି ଫିଲ୍ମ।

ଲକ୍ଷ୍ମୀ ବମ୍ବ

ବହୁ ଚର୍ଚ୍ଚିତ ଫିଲ୍ମ ଲକ୍ଷ୍ମୀ ବମ୍ବ ମଧ୍ୟ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବାକୁ ପ୍ରସ୍ତୁତ। ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଅକ୍ଷୟଙ୍କ ଏହି ଫିଲ୍ମ ହଟଷ୍ଟାରରେ ରିଲିଜ ହେବ। ପ୍ରଥମ ଥର ପାଇଁ ଖିଲାଡି କୁମାର ଅକ୍ଷୟ ଏଥିରେ କିନ୍ନର ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସିବେ।CGU new

ଇନ୍ଦୁ କି ଜଓ୍ୱାନୀ

ଅଭିନେତ୍ରୀ କିଆରା ଆଡଭାନୀଙ୍କ ଫିଲ୍ମ ଇନ୍ଦୁ କି ଜଓ୍ୱାନୀ ମଧ୍ୟ ଡିଜିଟାଲ ରିଲିଜ ପାଇଁ ପ୍ରସ୍ତୁତ। ଅବିର ସେନଗୁପ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜୁନ୍‌ ୫ରେ ରିଲିଜ ହେବାର ଥିଲା। କରୋନା ଭାଇରାସ ପାଇଁ ଫିଲ୍ମ ମେକର ଏବେ ଏହାକୁ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରିବାକୁ ସ୍ଥିର କରିଛନ୍ତି।

Comment