ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’କୁ ପୂରିଲା ୫ ବର୍ଷ। ୨୦୧୫ ଜୁଲାଇ ୧୦ ତାରିଖରେ ସୁପରଡୁପର ହିଟ୍‌ ଫିଲ୍ମ ‘ବାହୁବଳୀ’ର ପ୍ରଥମ ପାର୍ଟ ରିଲିଜ ହୋଇଥିଲା। ଏହି ଫିଲ୍ମ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ବହୁତ ଲୋକପ୍ରିୟତା ପାଇଥିଲା।

ଏହି ଫିଲ୍ମ ରିଲିଜ ଦୁଇ ବର୍ଷ ପରେ ୨୦୧୭ ରେ, ଏହାର ଦ୍ୱିତୀୟ ଭାଗ ରିଲିଜ ହୋଇଥିଲା। ଏହି ସିରିଜ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ତମନ୍ନା ଭାଟିଆ ଏହି ଅବସରରେ ଫିଲ୍ମର ଏକ ଛୋଟିଆ ଭିଡିଓ ସେସେିଆଲ ମିଡିଆରେ ସେୟାର କରିଛନ୍ତି।CGU new

‘ବାହୁବଲୀ’ ସିରିଜର ଅଂଶ ଥିବା ଅଭିନେତ୍ରୀ ତମନ୍ନା ଭାଟିଆ ଫିଲ୍ମର ପାଞ୍ଚ ବର୍ଷ ପୂରଣ ହେବା ପରେ ସୋସିଆଲ ମିଡିଆରେ ଫିଲ୍ମର ଏକ ଛୋଟ ଭିଡିଓ ସେୟାର କରିଛନ୍ତି। କେବଳ ତମନ୍ନା ନୁହଁନ୍ତି ଫିଲ୍ମରେ ଲିଡ ରୋଲରେ ଥିବା ପ୍ରଭାସ ମଧ୍ୟ ଏକ ଭିଡିଓ ସେୟାର କରି ପୁରୁଣା ଦିନକୁ ମନେ ପକାଇଛନ୍ତି।

ତେବେ ରିଲିଜର ୫ ବର୍ଷ ପରେ ବାହୁବଳୀ ଫିଲ୍ମର ଚାହିଦା ଏବେ ବି ରହିଛି। ଏହି ଫିଲ୍ମରେ ପ୍ରଭାସ, ଅନୁଷ୍କା, ତମନ୍ନା ଓ ରାଣା ଦଗୁବତୀଙ୍କ ଦମଦାର ଅଭିନୟ ରହିଥିଲା।

Comment