ଡକ୍ଟର ମୃଣାଳ ଚାଟାର୍ଜୀ

ଆମେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରୁଛନ୍ତି। ୧୧ ଜୁଲାଇ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୭ ଶହ ୭୦ କୋଟିରେ ପହଞ୍ଚିଛି। ତା’ ମଧ୍ୟରୁ ଭାରତର ଅଂଶ ଶହେ ୩୫ କୋଟି।
ବିଶ୍ୱ ଜନସଂଖ୍ୟା ଏକ ଶହ କୋଟି ବୃଦ୍ଧି ପାଇବା ପାଇଁ ଶହ ଶହ ବର୍ଷ ଲାଗିଗଲା। ତା’ପରେ ଆଉ ୨୫୦ ବର୍ଷ ମଧ୍ୟରେ ଏହା ସାତଗୁଣ ବୃଦ୍ଧି ପାଇଲା। ୨୦୧୧ରେ ବିଶ୍ୱ ଜନସଂଖ୍ୟା ୭ ଶହ କୋଟିରେ ପହଞ୍ଚିଥିଲା। ଆଜି ଏହା ସାତ ଶହ ୭୦ କୋଟିରେ ପହଞ୍ଚିଛି। ୨୦୩୦ରେ ପ୍ରାୟ ୮ଶହ ୫୦କୋଟିରେ, ୨୦୫୦ରେ ୯ଶହ ୭୦କୋଟି ଏବଂ ୨୧୦୦ରେ ଏକ ହଜାର ୯୦କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।
ଜନସଂଖ୍ୟାର ଅଭିବୃଦ୍ଧି ପ୍ରାକୃତିକ ସମ୍ପଦ ଏବଂ ପରିବେଶ ଉପରେ ଘୋର ପ୍ରଭାବ ପକାଉଛି। ବଢ଼ୁଥିବା ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ କୃଷି ଜମି ସୃଷ୍ଟି କରିବା ଆବଶ୍ୟକ। ଏଥିପାଇଁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଖାଦ୍ୟଠାରୁ ଆରମ୍ଭ କରି ପାନୀୟ ଜଳ, ଗୃହ ନିର୍ମାଣ, ରୋଜଗାର ପର୍ଯ୍ୟନ୍ତ- ବୃହତ ଜନସଂଖ୍ୟା ସରକାରଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ସୃଷ୍ଟି ହୋଇଥାଏ। ସଂକ୍ଷେପରେ, ମାନବଜାତି ଦ୍ୱାରା ବିଶ୍ୱ ଅତ୍ୟଧିକ ଭାରାକ୍ରାନ୍ତ ହୋଇଯାଇଛି। ବୋଧହୁଏ ପୃଥିବୀ ତା’ର କ୍ଷମତାଠାରୁ ଅଧିକ ଭାର ବହନ କରୁଛି।
ଡକ୍ଟର ମୃଣାଳ ଚାଟାର୍ଜୀ।

ବିଭିନ୍ନ କାରଣରୁ ଗତ ୨୫୦ ବର୍ଷ ମଧ୍ୟରେ ବିଶ୍ୱ ଜନସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଏହାର ଗୋଟିଏ କାରଣ ହେଉଛି ଯେ, ମୃତ୍ୟୁର ମାତ୍ରା ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି। ଆଣ୍ଟି-ବାୟୋଟିକ, ପେନିସିଲିନ ଏବଂ ଭୂତାଣୁ ଜନିତ ରୋଗ ପରି ଅନେକ ଦୁରାରୋଗ୍ୟ ପାଇଁ ଟିକା ଉଦ୍ଭାବନ ହୋଇଛି। ଫଳରେ ମୃତ୍ୟୁର ହାର କମିଛି। ୧୯୯୦ ଦଶକର ପ୍ରାରମ୍ଭରେ ବିଶ୍ୱସ୍ତରରେ ମନୁଷ୍ୟ ହାରାହାରି ୬୪.୬ ବର୍ଷ ବଞ୍ଚୁଥିଲା। ଏହା ୨୦୧୯ରେ ୭୨.୬ ବର୍ଷ ବୟସକୁ ବୃଦ୍ଧି ପାଇଛି। ଅର୍ଥାତ ବିଶ୍ୱରେ ମନୁଷ୍ୟର ହାରାହାରି ଆୟୁଷ ବୃଦ୍ଧି ପାଇଛି। ଏହାର ଅର୍ଥ ଲୋକେ ପୂର୍ବାପେକ୍ଷା ଅଧିକ ଦିନ ବଞ୍ଚୁଛନ୍ତି।

ଅବଶ୍ୟ, ଅତୀତରେ ପ୍ରଜନନ ହାର ଏବଂ ଶିଶୁ ମୃତ୍ୟୁହାରରେ ବହୁତ ପରିବର୍ତ୍ତନ ଆସିଛି। ଗତ ୬୭ ବର୍ଷ ମଧ୍ୟରେ ଭାରତ ଏବଂ ଆମେରିକାରେ ପ୍ରଜନନ ହାର (ପ୍ରତି ମହିଳାଙ୍କ ପ୍ରତି ହାରାହାରି ଶିଶୁ) ପ୍ରତି ଧ୍ୟାନ ଦିଅନ୍ତୁ। ୧୯୬୦ରେ ଭାରତରେ ପ୍ରଜନନ ହାର ୫.୯୧ ଏବଂ ଆମେରିକାର ୩.୬୫ ଥିଲା। ୨୦୧୭ରେ ଭାରତର ପ୍ରଜନନ  ହାର ୨.୨୪କୁ ଖସି ଆସିଛି। ଆମେରିକାର ମୃତ୍ୟୁହାର ୧.୭୭କୁ ଖସିଛି। ଯାହା ଟିଏଫ୍‍ଆର (ମୋଟ ପ୍ରଜନନ ହାର)ର ତଳେ ଅଛି।CGU newଯଦିଓ ସମଗ୍ର ବିଶ୍ୱରେ ପ୍ରଜନନ ହାର ହ୍ରାସ ପାଉଛି, କିନ୍ତୁ ହାର ଭିନ୍ନ ଭିନ୍ନ। ବିକଶିତ ଦେଶଗୁଡି଼କରେ ଜନସଂଖ୍ୟା ସ୍ଥିରତା କିମ୍ବା ନିମ୍ନଗାମୀ ଦେଖାଯାଉଛି। ଯଦିଓ ଅନୁନ୍ନତ ଓ ବିକାଶଶୀଳ ଦେଶମାନେ ସେମାନଙ୍କର ସମ୍ବଳ ଉପରେ ଅଧିକ ଚାପ ପକାଉଛନ୍ତି। ଚାଇନା, ଭାରତ ଏବଂ ଆମେରିକାର ଜନସଂଖ୍ୟା ବୃଦ୍ଧିକୁ ବିଚାର କରନ୍ତୁ। ୧୯୬୦ରେ ଚାଇନାର ଜନସଂଖ୍ୟା ୬୬.୭୧ କୋଟି ଥିଲା। ଭାରତର ଜନସଂଖ୍ୟା ୪୫.୦୫ କୋଟି ଏବଂ ଆମେରିକାର ଜନସଂଖ୍ୟା ୧୮.୦୭ କୋଟି ଥିଲା। ପଚାଶ ବର୍ଷ ପରେ, ୨୦୧୦ରେ ଭାରତର ୧୨୫.୦୩ କୋଟି ଏବଂ ଆମେରିକାର ୩୧.୧୬ କୋଟି ତୁଳନାରେ ଚାଇନାର ଜନସଂଖ୍ୟା ୧୩୪.୪୧ କୋଟି ଥିଲା। ୨୦୧୮ରେ ଚାଇନାର ଜନସଂଖ୍ୟା ୧୩୫.୨୭ କୋଟିରେ ପହଞ୍ଚିଛି। ଏହି ସମୟରେ ଭାରତର ଜନସଂଖ୍ୟା ୧୩୫.୨୬ କୋଟିରେ ପହଞ୍ଚିଛି। ଆମେରିକାର ଜନସଂଖ୍ୟା ୩୨.୭୨ କୋଟି ଥିଲା। ମୋଟାମୋଟି କହିଲେ, ଗତ ୬୮ ବର୍ଷ ମଧ୍ୟରେ ଚୀନ ୭୨.୫୬କୋଟି ଯୋଡି଼ଛି, ଆମେରିକା ୧୪.୬୫ କୋଟି ଯୋଡି଼ଥିବା ବେଳେ ଭାରତର ବର୍ତ୍ତମାନର ଜନସଂଖ୍ୟାରେ ୯୦.୨୧ କୋଟି ଅଧିକ ଯୋଡି଼ଛି। ତେବେ ଜନସଂଖ୍ୟାରେ ଅଙ୍କୁଶ ଲଗାଇବା ପାଇଁ ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ‘ପରିବାର ଯୋଜନା’ ନାମରେ ୧୯୫୨ ମସିହାରେ ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା।ଜନସଂଖ୍ୟା ବୃଦ୍ଧି ପାଇଁ କରୋନା ଅଧିକ ସମସ୍ୟା ଆଣିଛି। ଜାତିସଂଘର ତଥ୍ୟ ଅନୁଯାୟୀ, ‘କୋଭିଡ-୧୯ ଯୋଗୁଁ ଲକ୍‍ଡାଉନ ଏବଂ ଚିକିତ୍ସା ସେବାରେ ବ୍ୟାଘାତ ମଧ୍ୟ ବିଶ୍ୱ ଜନସଂଖ୍ୟା ଉପରେ ଗୁରୁତର ପ୍ରଭାବ ପକାଇବ। ଯଦି ଲକ୍‍ଡାଉନ କିମ୍ବା କୋଭିଡ-୧୯ ପାଇଁ ଚିକିତ୍ସା ସେବାରେ ବ୍ୟାଘାତ ୬ମାସ ପର୍ଯ୍ୟନ୍ତ ରହେ ତେବେ ୧୧୪ ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶରେ ପ୍ରାୟ ୪ଲକ୍ଷ ୭୦ହଜାର ମହିଳା ଆଧୁନିକ ଗର୍ଭନିରୋଧକ ଔଷଧ ବ୍ୟବହାର କରିବାରେ ଅସମର୍ଥ ହେବେ। ଫଳସ୍ୱରୂପ ଅତିରିକ୍ତ ୭ କୋଟି ଅବାଞ୍ଛିତ ଗର୍ଭଧାରଣ ହେବାର ଆଶଙ୍କା ରହିଛି। ଏହା ଆଜିର ଦିନରେ ଚିନ୍ତାର କାରଣ। ଏ ସମସ୍ୟା ପ୍ରତି ସମସ୍ତେ ଦୃଷ୍ଟି ଦେବା ଉଚିତ ଏବଂ ଉପଯୁକ୍ତ ପଦକ୍ଷେପ ନେବା ଜରୁରୀ।
(ଲେଖକ ବର୍ତ୍ତମାନ ଆଇଆଇଏମସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ)

LEAVE A REPLY

Please enter your comment!
Please enter your name here