ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

sonakshi sinha fat to fit

ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ବଲିଉଡରେ ନିଜର ଜାଗା ବନେଇ ସାରିଲେଣି। ସଲମାନଙ୍କ ଫିଲ୍ମ ଦବଙ୍ଗରୁ ଡେବ୍ୟୁ କରିଥିଲେ ସୋନାକ୍ଷୀ। ଏଥିମଧ୍ୟରେବହୁ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି ସେ। ତେବେ ଫିଲ୍ମ ଜଗତକୁ ଆସିବା ପୂର୍ବରୁ ସୋନାକ୍ଷୀଙ୍କ ଓଜନ ପାଖାପାଖି ୯୦ କିଲୋ ଥିଲା। ସଲମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଫ୍ୟାଟ୍ରୁ ଫିଟ୍ ଯାତ୍ରା ଆରମ୍ଭ କରିଥିଲେ। ବର୍ତ୍ତମାନ ବଲିଉଡର ଅଧିକ ଲମ୍ବା ତଥା ପରଫେକ୍ଟ ଫିଗର ଥିବା ଅଭିନେତ୍ରୀ ମଧ୍ୟରୁ ସେ ଜଣେ।

CGU new

ସୋନାକ୍ଷୀ ସାଇଜ୍ ଜିରୋ ରେ ବିଶ୍ୱାସ କରନ୍ତି ନାହିଁ, କିନ୍ତୁ ସେ ସୁସ୍ଥ ରହିବାକୁ ଚେଷ୍ଟା କରନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ ସୋନାକ୍ଷୀଙ୍କ ଡାଏଟ୍ ପ୍ଲାନ୍ ବିଷୟରେ। ସେ କେଉଁ ଡାଏଟ୍ ଫଲୋ କରନ୍ତି ଯାହା ତାଙ୍କୁ କ୍ୟାରିୟର ଗଢ଼ିବାରେ ଏତେ ସାହାଯ୍ୟ କରିଛି। ଆସନ୍ତୁ ଜାଣିବା-

sonakhsi sinha

  • ସୋନାକ୍ଷୀ ଓଜନ କମାଇବା ପାଇଁ ହାଇ ଓ୍ୱାର୍କଆଉଟ୍ ସହ ନିଜ ଖାଦ୍ୟପେୟର ସଂପୂର୍ଣ୍ଣ ଧ୍ୟାନ ରଖିଥିଲେ। ଶରୀରକୁ ଡିଟକ୍ସିଫାଏ କରିବାକୁ ସେ ପ୍ରଚୁର ପାଣି ପିଅନ୍ତି। ପ୍ରତିଦିନ ଅତିକମରେ ସେ ୮ରୁ ୯ ଗ୍ଲାସ୍ ପାଣି ପିଅନ୍ତି। ଏହା ସହ ସେ ଜୁସ୍ ଏବଂ ଗ୍ରୀନ୍ ଟି ମଧ୍ୟ ପିଅନ୍ତି।
  • ସୋନାକ୍ଷୀ ଚିନି, ମିଠା, ଭାତ ଆଦି ଖାଦ୍ୟଠୁ ଦୂରେଇ ରୁହନ୍ତି।  ଏହା ବଦଳରେ ସେ ଆଭୋକାଡୋ, ମହୁ, ଫଳ ଓ ପରିବା ସାଲାଡ୍, ବାଜରା ରୁଟି, ଡାଲି ଆଧି ଖାଇଥାନ୍ତି।
  • ସୋନାକ୍ଷୀ ବ୍ରେକଫାଷ୍ଟରେ କ୍ଷୀର, ଗହମ ଟୋଷ୍ଟ ଭଳି ଖାଦ୍ୟ ଖାଇଥାନ୍ତି। ପରେ ସେ ଡ୍ରାଏ ଫ୍ରୁଟ୍ସ୍, ଗ୍ରୀନ ପିଅନ୍ତି। ଲଞ୍ଚରେ ରୁଟି, ତରକାରୀ ଏବଂ ସାଲାଡ୍ ଖାଇଥାନ୍ତି।

sonakshi-sinha

  • ସଂଧ୍ୟାବେଳ ଖାଇବାରେ ଫଳ ଓ ଗ୍ରୀନ୍ ଟି ନିଅନ୍ତି ଏବଂ ଡିନରରେ ଡାଲି, ଚିକେନ୍ ବା ମାଛ ଆଦି ଖାଦ୍ୟ ଖାଇଥାନ୍ତି।
  • ଡାଏଟ୍ ବ୍ୟତୀତ ଫିଟ୍ ରହିବା ପାଇଁ ସେ କାଡିଓ ଏକ୍ସସରସାଇଜ୍ କରନ୍ତି। ସମଗ୍ର ଶରୀରରୁ ଓଜନ ହ୍ରାସ ପାଇଁ ସେ ହେଡଷ୍ଟାଣ୍ଡ କରନ୍ତି। ଏହିପରି ଭାବେ ଉଭୟ ଓ୍ୱାର୍କଆଉଟ୍ ଏବଂ ଡାଏଟ୍ ପ୍ଲାନ ଦ୍ୱାରା ନିଜକୁ ଫିଟ୍ ରଖନ୍ତି ସୋନାକ୍ଷୀ।

Comment