ଓଡ଼ିଶାଲାଇଭ୍ ବ୍ୟୁରୋ

kachori-1

ବର୍ଷାପାଗରେ କିଛି ଗରମା ଗରମ ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲଲାଗେ। ସେଥିମଧ୍ୟରୁ କଚୁଡ଼ି ଏକ ଲୋକପ୍ରିୟ ସ୍ନାକ୍ସ୍। ଆଜି ଆମେ ଆପଣଙ୍କୁ କହିବୁ ଘରେ କିପରି ତିଆରି କରିବେ ମୁଗ ଡାଲି କଚୁଡ଼ି।

ଆବଶ୍ୟକୀୟ ସାମଗ୍ରୀ- ମଇଦା, ଘିଅ, ଧଣିଆ, ଜିରା, ପାନ ମଧୁରୀ, ଗୋଲମରିଚ, କଞ୍ଚା ଲଙ୍କା, ଧଣିଆପତ୍ର, ଅଦା, ହଲଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚାଟ୍ ପାଉଜର୍, କସୁରୀ ମେଥି, ଜୁଆଣି, ବେସନ, ମୁଗ ଡାଲି (ପୂର୍ବରୁ ଭେଦା ହୋଇଥିବା), ତେଲ, ଚିନି, ଲୁଣ

ପ୍ରସ୍ତୁତି ପ୍ରଣାଳୀ

-ପ୍ରଥମେ ମଇଦାରେ ତେଲ, ଲୁଣ ଏବଂ ଅଳ୍ପ ଜୁଆଣି ପକାଇ ଭଲରେ ଚକଟି ଦିଅନ୍ତୁ। ଅଳ୍ପ ଅଳ୍ପ ପାଣି ଦେଇ ଚକଟିବେ। ଅଟା ଚକଟା ପ୍ରସ୍ତୁତ ହେବା ପରେ ଏଥିରେ ସାମାନ୍ୟ ତେଲ ଲଗାଇ ୧୫ରୁ ୨୦ ମିନିଟ୍ ପାଇଁ ଛାଡ଼ିଦିଅନ୍ତୁ।

CGU new

-ପୂର୍ବରୁ ମୁଗ ଡାଲି ଭେଦେଇ ତାକୁ ଛାଣି ରଥିଥିବେ। ସେଥିରେ ଅଦାକୁ ସାମାନ୍ୟ ବାଟି ମିଶାନ୍ତୁ ଏବଂ ଗୋଟିଏ ଥର ଗ୍ରାଇଣ୍ଡ କରନ୍ତୁ ଯେପରି ଏହି ମିଶ୍ରଣ ଖଦଡ଼ିଆ ରହୁଥିବ।

-ଧଣିଆ, ଜିରା, ପାନ ମଧୁରୀ, ଗୋଲମରିଚକୁ ସାମାନ୍ୟ ଭାଜି ଏହାକୁ ୨ରୁ ୩ ସେକେଣ୍ଡ ପାଇଁ ଗ୍ରାଇଣ୍ଡ କରିଦିଅନ୍ତୁ। ଏହା ହେଉଛି କଚୁଡ଼ି ମସଲା।

-ଗ୍ୟାସରେ ପ୍ୟାନ ବସାଇ ତେଲ ଗରମ କରନ୍ତୁ। ଏଥିରେ କଚୁଡ଼ି ମସଲା ଦୁଇ ବଡ଼ ଚାମଚ ପକାନ୍ତୁ। ଏହା ସହ କଟା ହୋଇଥିବା କଞ୍ଚା ଲଙ୍କା ଏବଂ ଧଣିଆପତ୍ର ପକାଇ ଭାଜନ୍ତୁ। ଦୁଇରୁ ତିନି ମିନିଟ୍ ଭାଜିବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଏବଂ ଦୁଇ ବଡ଼ ଚାମଚ ବେସନ ପକାନ୍ତୁ। ପ୍ରାୟ ଦୁଇରୁ ତିନି ମିନିଟ୍ ପାଣି ଶୁଖିବା ଯାଏଁ ଭାଜନ୍ତୁ।

kachori-2

-ଏହା ପରେ ଏଥିରେ ମୁଗ ଡାଲି ବଟା ମିଶାନ୍ତୁ। ସ୍ୱାଦ ଅନୁସାରେ ସୁଣ ଏବଂ ଅଳ୍ପ ଚାଟ୍ ମସଲା ପକାନ୍ତୁ। କସୁରୀ ମେଥି ପକାଇ ଭାଜନ୍ତୁ। ତିନିରୁ ଚାରି ମିନିଟ୍ ମିଡିୟମ ଆଞ୍ଚରେ ଭାଜିବା ପରେ ଏହା ପୂରା ଶୁଖିଯିବ। ଆପଣ ଚାହିଁଲେ ଚିନି ପକାଇ ପାରିବେ। ଭଲସେ ଭାଜି ହୋଇଯିବା ପରେ ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।

-ବର୍ତ୍ତମାନ ପ୍ରସ୍ତୁତ ଅଟାର ଛୋଟ ଛୋଟ ଗୁଳା କରନ୍ତୁ। ଏଥିରେ ପ୍ରସ୍ତୁତ ମୁଗକୁ ଷ୍ଟଫିଂ ଆକାରରେ ଦିଅନ୍ତୁ ଏବଂ ଭଲସେ ଗୋଲ୍ ଗୋଲ୍ ବୁଲାଇ ବଲ୍ ପ୍ରସ୍ତୁତ କରନ୍ତୁ। ଧ୍ୟାନ ଦେବେ ଯେପରି ଷ୍ଟଫିଂଟି କେଉଁପଟୁ ନବାହାରି ଯାଏ। ଏବେ ସବୁକୁ ସେହିପରି ପ୍ରସ୍ତୁତ କରନ୍ତୁ। ଅଧିକ ପତଳା କରିବେ ନାହିଁ ନହେଲେ ଏହା ଫାଟିଯାଇପାରେ। ବର୍ତ୍ତମାନ ସବୁ ବଲକୁ ହାତ ପାପୁଲିରେ ରଖି ସାମାନ୍ୟ ପ୍ରେସର ଦେଇ ଚାପିଦିଅନ୍ତୁ।

mung dal kachori

-ଏବେ ପ୍ୟାନରେ ତେଲ ଗରମ କରି ମିଡିୟମ ଆଞ୍ଚରେ ଏହାକୁ ପକାନ୍ତୁ। ତିନିରୁ ଚାରୁ ମିନିଟ୍ ଯାଏଁ ଏଥିରେ ଖଡ଼ିକା କି ଝାଞ୍ଜରା ମାରନ୍ତୁ ନାହିଁ। ଏହା ପରେ କଚୁଡ଼ିଗୁଡ଼ିକ ଆପେ ଆପେ ଫୁଲି ଉପରକୁ ଉଠି ଭାସିବ। ବର୍ତ୍ତମାନ ଏହାକୁ ଓଲଟାଇ ପାରିବେ। ଏବେ ବ୍ରାଉନ କଲର ହେବା ଯାଏଁ କଚୁଡ଼ିକୁ ତେଲରେ ଛାଣନ୍ତୁ।

-ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଗରମା ଗରମ କଚୁଡ଼ି। ସସ୍ କିମ୍ବା ଚଟଣୀ ସହ ଏହାକୁ ଲଗାଇ ଖାଇପାରିବେ।

Comment