ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

gangstar

ବଲିଉଡ ଇଣ୍ଡଷ୍ଟ୍ରୀ ବର୍ଷ ବର୍ଷ ଧରି ଦର୍ଶକମାନଙ୍କୁ ବିଭିନ୍ନ ପ୍ରକାରର ଫିଲ୍ମ ପରଷି ଆସୁଛି। ରୋମାଣ୍ଟିକ ହେଉ ବା ଆକ୍ସନ ଫିଲ୍ମ, କମେଡି ହେଉ ବା ହରର୍, କଳାକାରମାନେ ସମସ୍ତ ଭୂମିକାରେ କରିଛନ୍ତି ଦମଦାର ଅଭିନୟ।

CGU new

ଆଜି ଆମେ କହିବୁ ଏପରି କିଛି ବଲିଉଡ କଳାକାରଙ୍କ ବିଷୟରେ ଯେଉଁମାନେ ଫିଲ୍ମରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିଛନ୍ତି।

saini ahuja gangster

ସାଇନି ଅହୁଜା– ଫିଲ୍ମ ‘ଗ୍ୟାଙ୍ଗଷ୍ଟର’ରେ ସାଇନି ଅହୁଜା ଏକ ଗ୍ୟାଙଅଗଷ୍ଟର ଭୂମିକାରେ ନଜର ଆସିଥିଲେ। ଏତିରେ ତାଙଅକ ସହ ଅଭିନୟ କରିଥିଲେ କଙ୍ଗନା ରଣାଓ୍ୱତ। ଫିଲ୍ମରେ ସାଇନି ଅହୁଜାଙ୍କର ଏନକାଉଣ୍ଟର ହୋଇଥିଲା। ବକ୍ସ ଅଫିସରେ ମଧ୍ୟ ଫିଲ୍ମଟି ହିଟ୍ ହୋଇଥିଲା।

manoj bajpayi satya

ମନୋଜ ବାଜପେୟୀ– ୧୯୯୮ ମସିହାରେ ରାମ ଗୋପାଲ ବର୍ମାଙ୍କ ଫିଲ୍ମ ‘ସତ୍ୟା’ ପରଦାକୁ ଆସିଥିଲା। ଏଥିରେ ଗ୍ୟାଙ୍ଗଷ୍ଟର ଭିଖୁ ମାହତ୍ରେ ଭୂମିକାରେ ନିଜର ନିଖୁଣ ଅଭିନୟ ଦେଖାଇଥିଲେ ଅଭିନେତା ମନୋଜ ବାଜପେୟୀ। ଗଳି ଛୋଟମୋଟ ଗୁଣ୍ଡାରୁ ଅଣ୍ଡର ଓ୍ୱାର୍ଲ୍ଡର ସଫରକୁ ବେଶ୍ ଭଲଭାବରେ ଏହି ଫିଲ୍ମରେ ଦର୍ଶାଯାଇଥିଲା।

ajay devgon

ଅଜୟ ଦେବଗନ– ଫିଲ୍ମ ‘ଓ୍ୱାନ୍ସ ଅପନ୍ ଏ ଟାଇମ୍ ଇନ ମୁମ୍ବାଇ’ରେ ଗ୍ୟାଙ୍ଗଷ୍ଟର ସୁଲତାନ ମିର୍ଜା ଭୂମିକାରେ ଦର୍ଶକଙ୍କର ବେଶ୍ ମନୋରଞ୍ଚନ କରିଥିଲେ ଅଭିନେତା ଅଜୟ ଦେବଗନ୍। ଏହି ଚରିତ୍ରଟି ହାଜି ମସ୍ତାନାଠାରୁ ପ୍ରେରିତ। ସ୍ମଗଲିଂ ଦୁନିଆ ଆଧାରିତ ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥଇଲା।

sanjay dutta

ସଂଜୟ ଦତ୍ତ– ଫିଲ୍ମ ‘ବାସ୍ତବ’ରେ ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିଥିଲେ ସମଜୟ ଦତ୍ତ। କୁହାଯାଏ ଏହି ଫିଲ୍ମଟି ମୁମ୍ବାଇର କୁଖ୍ୟାତ ଅଣ୍ଡରଓ୍ୱାର୍ଲ୍ଡ ଗ୍ୟାଙ୍ଗଷ୍ଟର ଛୋଟା ରାଜନର ଜୀବନ କାହାଣୀ ଉପରେ ଆଧାରିତ ଥିଲା।

Comment