ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିବାର ରାତିରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲା। ବିଗ୍‌ ବି ଅମିତାଭ ନିଜେ ଏନେଇ ସମସ୍ତଙ୍କୁ ସୂଚନା ଦେଇଥିଲେ। ଏହି ଖବର ବଲିଉଡ ଷ୍ଟାରଙ୍କଠାରୁ ଆରମ୍ଭ କରି ପ୍ରଂଶସକଙ୍କୁ ଚିନ୍ତାରେ ପକାଇଛି।

ଏମିତିକି ଦେଶବ୍ୟାପୀ ଅମିତାଭଙ୍କ ପ୍ରଂଶସକ ତାଙ୍କ ଲାଗି ପୁଜା ପାଠ କରୁଥିବା ଚିତ୍ର ଦେଖିବାକୁ ମିଳୁଛି। ଲୋକେ ପୂଜାପାଠ ଓ ହୋମଯଜ୍ଞ କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ବିଗଙ୍କ ଆରୋଗ୍ୟ କାମନା କରି ମଧ୍ୟପ୍ରଦେଶର ଭୋପାଳରେ ଏକ ଏକ ଶିବ ମନ୍ଦିରରେ ରୁଦ୍ରାଭିଷେକ କରାଯାଇଛି।

ମନ୍ଦିରରେ ପୂଜାପାଠ ଚାଲିଥିବା ସମୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ପୂଜାରୀଙ୍କ ସମେତ ୨/୪ ଜଣ ଲୋକ ମହାଦେବଙ୍କୁ ପୂଜା କରୁଥିବା ଦେଖାଯାଇଛି। ଭଗବାନଙ୍କ ନିକଟରେ ବିଗ୍‌ ବିଙ୍କର ଫଟୋ ଥୁଆ ଯାଇଥିବା ନଜର ଆସିଛି।

ସେହିପରି ବାରଣାସୀ, ପାଟନା. ରାଞ୍ଚି ଆଦି ସ୍ଥାନମାନଙ୍କ ମଧ୍ୟରେ ଲୋକେ ପୂଜାପାଠ କରୁଥିବା ଚିତ୍ର ସାମ୍ନାକୁ ଆସିଛି।CGU new

ତେବେ ବିଗ ବିଙ୍କ ସମେତ ତାଙ୍କ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟ ଓ ନାତୁଣୀ ଆରାଧ୍ୟା ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କର ଏବେ ଚିକିତ୍ସା ଚାଲିଛି। ବଚ୍ଚନ ପରିବାର ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ବହୁ ସେଲିବ୍ରିଟି ମଧ୍ୟ କାମନା କରିଛନ୍ତି।

Comment