ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କଟକ ସହରରୁ ଚିହ୍ନଟ ହେଲେ ଆଉ ୨୭ କରୋନା ପଜିଟିଭ୍। ଏଥିସହିତ କଟକ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯୧କୁ ବୃଦ୍ଧି ପାଇଛି। ଏନେଇ ସିଏମସି ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଭିତରେ ୨୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି।

କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଭିତରେ ୧୭ଟି କେସ୍ କ୍ୟାନସର ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି। ସେହିପରି ପ୍ରତାପ ନଗରୀ ଗଉଡସାହି ଅଞ୍ଚଳରୁ ୩ଟି ଓ ମଙ୍ଗଳା ଲେନ୍ ଶଙ୍କରପୁରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ରାଉଶ ପାଟଣାରୁ ୨ ଜଣ, ମୁରାଦ ଖାନ ପାଟଣା ଅଞ୍ଚଳରୁ ଜଣେ ଲୋକାଲ୍ କେସ୍ ସାମନାକୁ ଆସିଛି।CGU new

ଏଯାବତ କଟକ ସହରରୁ ମୋଟ ୨୯୧ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ୧୫୦ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ସିଏମସି ସୂଚନା ଦେଇଛି।

Comment