ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ପଦବୀରେ ୧୫ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୨୦ ତାରିଖ ଯାଏଁ ଚାଲୁ ରହିବ।
ଯୋଗ୍ୟତା
- ଅତିକମରେ ଦ୍ୱାଦଶ ପାସ୍ କରିଥିବେ। କମ୍ପ୍ୟୁଟରରେ ‘ଓ’ ଲେଭେଲ୍ ଦକ୍ଷତା ହାସଲ କରିଥିବେ ଏବଂ କମ୍ପ୍ୟୁଟରରେ ଓଡ଼ିଆ ଭାଷା ଟାଇପ୍ କରି ଜାଣିଥିବେ।
- ଏହା ବ୍ୟତୀତ PGDCA,BCA,MCA,BE/B.Tech (IT, କମ୍ପ୍ୟୁଟର ସାଇନ୍ସ) ବା ଆଇ.ଟି/କମ୍ପ୍ୟୁଟର ସାଇନ୍ସରେ ଡିପ୍ଲୋମା କରିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।
- ପ୍ରାର୍ଥୀ ସମ୍ବଲପୁର ଜିଲ୍ଲାର ବାସିନ୍ଦା ହୋଇଥିବେ।
ପଦବୀ
- ସାଧାରଣବର୍ଗ-୮ (ମହିଳା- ୩)
- ଏସସି-୩ (ମହିଳା- ୧)
- ଏସଟି-୪ (ମହିଳା- ୧)
ବୟସ ସୀମା- ୧୮ରୁ ୪୦ ବର୍ଷ
ଦରମା- ୭୦୦୦ ଟଙ୍କା
ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ନିଜ ଆବେଦନପତ୍ର ଡାକ ମାଧ୍ୟମରେ ନିମ୍ନଲିଖିତ ଠିକଣାକୁ ଜୁଲାଇ ୨୦ ସଂଧ୍ୟା ୫ଟା ସୁଦ୍ଧା ପଠାଇପାରିବେ।
ଠିକଣା- ପ୍ରୋଜେକ୍ଟ ଡିରେକ୍ଟର, ଡିଷ୍ଟ୍ରିକ୍ଟ ରୁରାଲ ଡେଭେଲପମେଣ୍ଟ ଏଜେନ୍ସି (DRDA), କଚେରୀ ରୋଡ୍, ସମ୍ବଲପୁର
ଅଧିକ ସୂଚନା ପାଇଁ sambalpur.nic.inରେ କ୍ଲିକ୍ କରନ୍ତୁ।