ଓଡ଼ିଶାଲାଇଭ୍ ବ୍ୟୁରୋ

Covid care home job

ରାଜ୍ୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗୋଟିଏ ପଟେ ସଂକ୍ରମଣକୁ ଅନ୍ୟ ପଟେ ବେରୋଜଗାରୀ ସହ ଲଢ଼ୁଛି ଓଡ଼ିଶା। ତେବେ ବିଭିନ୍ନ କୋଭିଡ୍ କେୟାର ହୋମରେ ୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯିବ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଜାରି କରିଛନ୍ତି।

CGU new

ପ୍ରତ୍ୟକ ପଞ୍ଚାୟତରେ କୋଭିଡ୍ କେୟାର ହୋମ୍ ତିଆର ହେବା ସହ ରାଜ୍ୟର ସମୁଦାୟ ୬୭୯୮ଟି ଗ୍ରାମ ପଞ୍ଚାୟତରେ ମୋଟ ସାତ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ହେବ। ତାଲିମପ୍ରାପ୍ତ ଏଏନଏମଙ୍କୁ ଏହି ନିଯୁକ୍ତି ଦିଆଯିବ। ତେବେ ଆବଶ୍ୟକ ତାଲିମପ୍ରାପ୍ତ ଏଏନଏମ ନମିଳିଲେ ନର୍ସ, ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯିବ।

ଏହି ନିଯୁକ୍ତି ତିନି ମାସ ପାଇଁ ଚୁକ୍ତିଭିତ୍ତକ ରହିବ। ଦୈନିକ ଦରମା ହିସାବରେ ଏଏନଏମଙ୍କୁ ୮୫୦ ଟଙ୍କା ଏବଂ ନର୍ସ ଓ ଫାର୍ମାସିଷ୍ଟଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ।

Comment