ଓଡିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ଗ୍ରାମର କୃଷ୍ଣଚନ୍ଦ୍ର ବିଶ୍ଵାଳ ସମୂଦ୍ର କୂଳରେ ତାଳ ଗଛର ସବୁଜ ବନ୍ଧ ତିଆରି କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ଏହି କାମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ତାଙ୍କୁ ପ୍ରଶଂସା କରିଛନ୍ତି।

୧୯୮୨ ମସିହାରେ ଭାରତୀୟ ସୈନ୍ୟ ବିଭାଗରେ ଯୋଗ ଦେଇଥିଲେ କୃଷ୍ଣଚନ୍ଦ୍ର। ୧୯୯୯ ମସିହା କାର୍ଗିଲ ଯୁଦ୍ଧରେ ସେ ସଫଳତାର ସହ ନିଜକୁ ସାମିଲ କରିଥିଲେ। ୨୦୦୫ରେ କାର୍ଯ୍ୟରୁ ଅବସର ନେବାପରେ ଗୁଣ୍ଡଳବାଠାରୁ ଦାଳୁଅକଣି ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ଯାଏଁ ତାଳ ଗଛ ଲଗାଇ ସବୁଜ ବନ୍ଧ ସୃଷ୍ଟି କରିଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟରୁ ସମୂଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ରକ୍ଷା କରିବା ତଥା ବନ୍ୟ ଜୀବଜନ୍ତୁ ଓ ପକ୍ଷୀ ମାନଙ୍କୁ ବାସ ଏବଂ ସୁରକ୍ଷା ଦେବା ପାଇଁ ସମୂଦ୍ରଠାରୁ ୧୦୦ମିଟର ଦୂରରେ କୃଷ୍ଣ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ଵ ତାଳ ଗଛ ଲଗାଇଛନ୍ତି।ଆଜିକୁ ପ୍ରୟ ୧୩ ବର୍ଷ ହେଲା କୃଷ୍ଣ ତାଙ୍କ ଗାଁ ଓ ଅଖପାଖ ଅଞ୍ଚଳରୁ ତାଳ ମଞି ସଂଗ୍ରହ କରି ଆସୁଛନ୍ତି। ଏହି ମଞ୍ଜିକୁ ସେ ସମୂଦ୍ର କୂଳରୁ ୧୦୦ ମିଟର ଦୂରରେ ରୋପଣ କରନ୍ତି। ଏହି କାମରେ ତାଙ୍କ ସାଙ୍ଗମାନେ ମଧ୍ୟ୍ୟ ସହଯୋଗ କରନ୍ତି।CGU newକୃଷ୍ଣଙ୍କର ଏହି ମହତ୍ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ପରେ ଆଗକୁ ମଧ୍ୟ ଏଭଳି କାର୍ଯ୍ୟ ଜାରି ରଖିବେ ବୋଲି କୃଷ୍ଣ କହିଛନ୍ତି।

Comment