ଓଡ଼ିଶାଲାଇଭ ବ୍ୟୁରୋ

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ୩୭ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୮୩ରେ ହଙ୍ଗ କଙ୍ଗ ଜନ୍ମିତ ଏହି ଅଭିନେତ୍ରୀ ବଲିଉଡରେ ବେଶ୍‌ ନାଁ କରିଛନ୍ତି। ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା କ୍ୟାଟ୍ରିନାଙ୍କ ବିଷୟରେ କିଛି କଥା…

କ୍ୟାଟ୍ରିନା ହିନ୍ଦୀ ଜାଣିନଥିଲେ ମଧ୍ୟ ବଲିଉଡରେ ବେଶ୍ ହିଟ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ଦିଓ୍ୱାନା କରିଛନ୍ତି। ସେ କେବଳ ହିନ୍ଦୀ ନୁହେଁ ମାଲାୟାଲମ, ତେଲୁଗୁ ଭାଷାରେ ବି ଫିଲ୍ମ କରିଛନ୍ତି।

ଫିଲ୍ମ କରିବା ପୂର୍ବରୁ ସେ ଲଣ୍ଡନରେ ମଡେଲିଂ କରୁଥିଲେ। ‘ବୁମ୍’ ଫିଲ୍ମ ଜରିଆରେ କ୍ୟାଟ ବଲିଉଡ ଡେବ୍ୟୁ କରିଥିଲେ। ଏଥିରେ ବିଗ ବି ଅମିତାଭ ବି ଥିଲେ। ‘ବୁମ୍’ ସିନେମାରେ କ୍ୟାଟ୍ରିନା ସୁପରଷ୍ଟାର୍ ସଲମାନ୍ ଖାନଙ୍କ ସହିତ କାମ କରିଥିଲେ। ଏହାପରେ ଆରମ୍ଭ ହୋ‍ଇଯାଇଥିଲା କ୍ୟାଟ୍ରିନାଙ୍କ ସହ ସଲମାନଙ୍କ ଆଫେଆର୍ ଚର୍ଚ୍ଚା।

ତା’ପରେ ରଣବୀର କପୁର, ହ୍ରିତିକ ରୋଶନଙ୍କ ଭଳି ଅଭିନେତାଙ୍କ ସହ ମଧ୍ୟ କ୍ୟାଟଙ୍କ ନାଁ ଯୋଡ଼ି ହୋଇଥିଲା। ଏବେ ଅଭିନେତା ବିକି କୌଶଳଙ୍କ ସହ ତାଙ୍କର ଆଫେୟାର ଚାଲିଥିବା ଚର୍ଚ୍ଚା ହେଉଛି।

ସେ ତାଙ୍କ କ୍ୟାରିୟର ଭିତରେ ଖିଲାଡି କୁମାର ଅକ୍ଷୟଙ୍କ ସହିତ ଅଧିକ କାମ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୨୫ଟି ଆଓ୍ୱାର୍ଡ ହାସଲ କରିଛନ୍ତି।

ଦୀର୍ଘଦିନରୁ ଭାରତରେ ରହୁଥିଲେ ମଧ୍ୟ କ୍ୟାଟ୍ରିନାଙ୍କ ନିକଟରେ ଭାରତୀୟ ନାଗରିକତା ନାହିଁ।

Comment