ଓଡ଼ିଶାଲାଇଭ୍ ବ୍ୟୁରୋ

oats idli-2

ଦିନର ପ୍ରାରମ୍ଭରେ ଶରୀରକୁ ଆବଶ୍ୟକ କରେ ହେଲଦି ବ୍ରେକଫାଷ୍ଟ। ଏହି ସମୟରେ ଆପଣ ଖାଇଥିବା ଖାଦ୍ୟ ଆପଣଙ୍କୁ ପୁରାଦିନ ସତେଜତା ପ୍ରଦାନ କରିଥାଏ। ତେଣୁ ବ୍ରେକଫାଷ୍ଟ ସ୍ୱାଦଯୁକ୍ତ ହେବା ସହ ନିହାତି ଭାବରେ ସ୍ୱାସ୍ଥ୍ୟକର ହେବା ଆବଶ୍ୟକ। ଏହିପରି ଏକ ହେଲଦି ବ୍ରେକଫାଷ୍ଟ ହେଉଛି ଓଟ୍ସ୍ ଇଡଲି। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ-

ଆବଶ୍ୟକୀୟ ସାମଗ୍ରୀ- ଓଟ୍ସ୍, ଦହି, ସୋରିଷ, ସୋଲା ଡାଲି, ଚଣା ଡାଲି, ତେଲ, କଞ୍ଚା ଲଙ୍କା, ଗାଜର, ଧଣିଆପତ୍ର, ହଲଦୀ ପାଉଡର, ଲୁଣ

CGU new

ପ୍ରସ୍ତୁତି ପ୍ରଣାଳୀ-

-ପ୍ରଥମେ ଗୋଟିଏ ପ୍ୟାନରେ ଓଟ୍ସ୍ ଭାଜନ୍ତୁ। ଟିକେ କ୍ରଞ୍ଚି ହେବା ପରେ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ। ଏହା ପରେ ଏହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ।

-ବର୍ତ୍ତମାନ ଆଉ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ସୋରିଷ, ସୋଲା ଡାଲି, ଚଣା ଚାଲି ପକାଇ ଭାଜନ୍ତୁ। ଏହାପରେ ଏଥିରେ ଧଣିଆପତ୍ର, କଞ୍ଚା ଲଙ୍କା, କଦୁକସ ହୋଇଥି୍ବା ଗାଜର ଏବଂ ଗାଜର ପକାଇ ଗୋଟିଏରୁ ଦୁଇଟି ମିନିଟ୍ ଭାଜନ୍ତୁ।

oats idli-1

-ଏସବୁ ଭଲସେ ଭାଜି ହୋଇଯିବା ପରେ ଏଥିରେ ପୂର୍ବରୁ ଗ୍ରାଇଣ୍ଡିଂ ହୋଇଥିବା ଓଟ୍ସ୍ ଏବଂ ଦହି ମିଶାନ୍ତୁ।

-ଭଲସେ ମିଶିବା ପରେ ଏହାକୁ ୧୫ ମିନିଟ୍ ପାଇଁ ଥଣ୍ଡା ହେବାକୁ ଦିଅନ୍ତୁ।

-ଇଡଲି ଛାଞ୍ଚ ପ୍ରସ୍ତୁତ କରି ଏଥିରେ ତେଲ ଲଗାନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ଓଟ୍ସ୍ ବ୍ୟାଟରରେ ଇନୋ ମିଶାଇ ଏହାରୁ ଛାଞ୍ଚରେ ଦିଅନ୍ତୁ। କୁକରରେ ୧୫ ମିନିଟ ଯାଏଁ ସିଝିବାକୁ ଦିଅନ୍ତୁ। ଓଭନରେ କରିଲେ ୩ରୁ ୪ ମିନିଟ୍ ଲାଗିବ।

-ଏହା ପରେ ଗରମ ଗରମ କାଢ଼ି ପରଷନ୍ତୁ ସ୍ୱାସ୍ଥ୍ୟକର ଓଟ୍ସ୍ ଇଡଲି। ଏହାକୁ ଆପଣ ଦହି, ସମ୍ବର ବା ଚଟଣୀ ଲଗାଇ ଖାଇପାରିବେ।

Comment