ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

cuttack corona case

କଟକ ସହରରେ ନୂଆ ୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୫ ଜଣ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରୁ, ଜଣେ ପେଡ୍ କ୍ୱାରେଣ୍ଟାଇନ ସେଣ୍ଟରୁ ଏବଂ ୧୩ ଜଣ ହୋମ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି।

କଟକ ଜିଲ୍ଲାରେ ଆଜି ସମୁଦାୟ ୩୮ଟି ନୂଆ ପଜିଟିଭ୍ କେସ୍ ସାମନାକୁ ଆସିଥିବା ବେଳେ ସେଥିମଧ୍ୟରୁ ୧୯ଟି କଟକ ସହରର (ସିଏମସି ଏରିଆ) ହୋଇଥିବାର କଟକ ସିଏମସି ପକ୍ଷରୁ ଟୁଇଟ କରି ଜଣାଯାଇଛି।

CGU new

ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୧୩ଟି ପ଼ଜିଟିଭ୍ କେସ ମଧ୍ୟରୁ ପୁରୁଣା ରାଉସାପାଟଣା କଣ୍ଟେନମେଣ୍ଟ ଜୋନରୁ ୧୧ଜଣ, ଚାନ୍ଦନୀ ଚୌକ ଷ୍ଟୋନୀ ରୋଡରୁ ଜଣେ ଏବଂ ବରହମପୁରିଆ ସାହିରୁ ଜଣେ ଆକ୍ରାନ୍ତ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା କଟକ ସିଏମସି ଏରିଆରେ ସଂକ୍ରମିତଙ୍କ ସଂଖ୍ୟା ୩୧୪ରେ ପହଞ୍ଚିଛି।

Comment