ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

ସମ୍ବଲପୁର ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ପଦବୀରେ ୧୫ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୨୦ ତାରିଖ ଯାଏଁ ଚାଲୁ ରହିବ।

ଯୋଗ୍ୟତା

  • ଅତିକମରେ ଦ୍ୱାଦଶ ପାସ୍ କରିଥିବେ। କମ୍ପ୍ୟୁଟରରେ ‘ଓ’ ଲେଭେଲ୍ ଦକ୍ଷତା ହାସଲ କରିଥିବେ ଏବଂ କମ୍ପ୍ୟୁଟରରେ ଓଡ଼ିଆ ଭାଷା ଟାଇପ୍ କରି ଜାଣିଥିବେ।
  • ଏହା ବ୍ୟତୀତ PGDCA,BCA,MCA,BE/B.Tech (IT, କମ୍ପ୍ୟୁଟର ସାଇନ୍ସ) ବା ଆଇ.ଟି/କମ୍ପ୍ୟୁଟର ସାଇନ୍ସରେ ଡିପ୍ଲୋମା କରିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।
  • ପ୍ରାର୍ଥୀ ସମ୍ବଲପୁର ଜିଲ୍ଲାର ବାସିନ୍ଦା ହୋଇଥିବେ।

CGU new

ପଦବୀ

  • ସାଧାରଣବର୍ଗ-୮ (ମହିଳା- ୩)
  • ଏସସି-୩ (ମହିଳା- ୧)
  • ଏସଟି-୪ (ମହିଳା- ୧)

ବୟସ ସୀମା- ୧୮ରୁ ୪୦ ବର୍ଷ

ଦରମା- ୭୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ନିଜ ଆବେଦନପତ୍ର ଡାକ ମାଧ୍ୟମରେ ନିମ୍ନଲିଖିତ ଠିକଣାକୁ ଜୁଲାଇ ୨୦ ସଂଧ୍ୟା ୫ଟା ସୁଦ୍ଧା ପଠାଇପାରିବେ।

ଠିକଣା- ପ୍ରୋଜେକ୍ଟ ଡିରେକ୍ଟର, ଡିଷ୍ଟ୍ରିକ୍ଟ ରୁରାଲ ଡେଭେଲପମେଣ୍ଟ ଏଜେନ୍ସି (DRDA), କଚେରୀ ରୋଡ୍, ସମ୍ବଲପୁର

ଅଧିକ ସୂଚନା ପାଇଁ sambalpur.nic.inରେ କ୍ଲିକ୍ କରନ୍ତୁ।

Comment