ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣ ସମୟରେ କିପରି ନିର୍ବାଚନ ପ୍ରଚାର ହେବ ସେନେଇ ସବୁ ରାଜନୈତିକ ଦଳଠାରୁ ପରାମର୍ଶ ଲୋଡ଼ିଛନ୍ତି ନିର୍ବାଚନ ଆୟୋଗ। ଏ ସମ୍ପର୍କରେ ସବୁ ଜାତୀୟ ଓ ଆଞ୍ଚଳିକ ଦଳକୁ ସେମାନଙ୍କ ମତାମତ ଦେବାକୁ କୁହାଯାଇଛି।CGU new

ସବୁ ରାଜନୈତିକ ଦଳ ଜୁଲାଇ ୩୧ ସୁଦ୍ଧା ନିଜର ମତାମତ ଦେବେ। କରୋନା ମହାମାରୀ ଯୋଗୁଁ ବହୁ ସଂଖ୍ୟକ ଲୋକ ଏକାଠି ହେବା ଉପରେ କଟକଣା ଜାରି କରାଯାଇଛି। ଏଥିସହିତ ରାଜନୈତିକ ରାଲି ଓ ବୈଠକ ଉପରେ ମଧ୍ୟ କଟକଣା ଲାଗିଛି।

ଆଗାମୀ ଦିନରେ ବିହାରରେ ବିଧାନସଭା ଓ ପଞ୍ଚାୟତ ନିର୍ବାଚନ ଥିବାରୁ ନିର୍ବାଚନ ଆୟୋଗ ପକ୍ଷରୁ ସବୁ ଦଳର ମତାମତ ଲୋଡ଼ା ଯାଇଛି।

Comment