ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ନିଜ ଫିଟନେସକୁ ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କ୍ୟାଟ୍ରିନା ତାଙ୍କ ଫିଟନେସକୁ ବେଶ୍‌ ଗୁରୁତ୍ୱ ଦେଇଥାନ୍ତି। ନିଜ ଓ୍ୱର୍କଆଉଟ ପ୍ଲାନ ନିଜେ କରନ୍ତି। ସପ୍ତାହକ ୭ ଦିନରେ ସେ ଦିନକୁ ପ୍ରାୟ ୧ଘଣ୍ଟାରୁ ୨ ଘଣ୍ଟା ଓ୍ୱର୍କଆଉଟ କରନ୍ତି। ନିଜକୁ ଚାଲେଞ୍ଜ କରିବାକୁ ଭଲ ପାଆନ୍ତି।

ସେଥିପାଇଁ ସେ ନିଜ ଓ୍ୱର୍କ ଆଉଟ୍‌ ପ୍ଲାନିଙ୍ଗ ନିଜେ କରନ୍ତି। କିଛି ସମୟ ସେ ଯୋଗ ବି କରନ୍ତି। ଏଥିସହିତ କ୍ୟାଟ୍ରିନା ନିଜ ଖାଦ୍ୟପାନୀୟ ଉପରେ ବି ଗୁରୁତ୍ୱ ଦିଅନ୍ତି। ସେ ଅଧିକାଂଶ କ୍ଷୀର ଜାତୀୟ ଖାଦ୍ୟ ଖାଆନ୍ତି। ସକାଳେ ପ୍ରାୟ ୪ ଗ୍ଲାସ ଉଷୁମ ପାଣି ସେ ପିଅନ୍ତି। ପ୍ରତି ୨ ଘଣ୍ଟାରେ କିଛି ସିଝା ଫଳ ଖାଆନ୍ତି କ୍ୟାଟ୍ରିନା।CGU new

ମଧ୍ୟାହ୍ନରେ ସେ ଗ୍ରୀଲ୍ଡ୍‌ ଫିସ, ସାଲାଡ ସନ୍ଧ୍ୟାରେ ପିନଟ ବଟର ସହିତ ବ୍ରେଡ ଖାଇଥାନ୍ତି। ସେହିପରି ରାତିରେ ବି ସୁପ୍‌ ଓ ସାଲାଡ ଖାଆନ୍ତି କ୍ୟାଟ୍ରିନା। ଏଥିପାଇଁ ସେ ନିଜକୁ ଫିଟ୍‌ ରଖିପାରିଛନ୍ତି।

ଯଦି କାମ କଥା କୁହାଯାଏ ତେବେ କ୍ୟାଟ୍ରିନାଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ ଅପେକ୍ଷାରେ ରହିଛି। ମାର୍ଚ୍ଚ ୨୭ରେ ଫିଲ୍ମଟି ରିଲିଜ ହେବ।

Comment