ଓଡ଼ିଶାଲାଇଭ୍‌ ବ୍ୟୁରୋ

୭୦ ବର୍ଷ ବୟସସରେ ଓଲିଉଡ୍‌ର ଭର୍ସାଟାଇଲ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ।

ଓଡ଼ିଆ ଫିଲ୍ମ ଜଗତର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲରେ ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଆଜି ସେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିଜୟଙ୍କ ଦେହାନ୍ତ ଓଲିଉଡ୍‌ ଜଗତରେ ଶୋକର ଛାୟା ଖେଳାଇ ଦେଇଛି।

ଗତ ମେ’ ୨୭ ତାରିଖରେ ବିଜୟ ହୃଦଜନିତ ରୋଗରେ ପୀଡ଼ିତ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଜୁନ୍‌ ୧୪ ତାରିଖରେ ସେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଫେରିଥିଲେ। ସେ ତାଙ୍କ ଘରେ ରହିଥିଲେ। ହେଲେ ଆଜି ସେ ପୁଣି ଗୁରତର ହୋଇଯାଇଥିଲେ।

CGU new୧୯୭୭ରୁ ବିଜୟ ମହାନ୍ତି ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ସେ ୧୭୫ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ନାଗଫାଶ ଫିଲ୍ମରୁ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୨୦୧୪ରେ ସେ ଜୟଦେବ ପୁରସ୍କାର ପାଇଥିଲେ।

ସେ ଅଭିନୟ ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଚଳିଚ୍ଚିତ୍ର ‘ଭୁଲୁ ହୁଏନା’ରେ ସେ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମ, ଯାତ୍ରା ଏବଂ ମଞ୍ଚ କଳା ଜଗତରେ ବିଜୟ ତାଙ୍କର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି। ଉଚ୍ଚକୋଟୀର ସଂଳାପ ଏବଂ ଅଭିନୟ ପାଇଁ ସେ ସବୁବେଳେ ଦର୍ଶକଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିବେ।

Comment