ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ସାଜିଥିବା ଡାକ୍ତରଙ୍କ ଅବସର ବୟସକୁ ୬୫ ବର୍ଷକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। କଟକ ଓ ଭୁବନେଶ୍ୱରର କରୋନା ସ୍ଥିତି ସମୀକ୍ଷା କରିବା ଅବସରରେ ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ୟାଡରର ଡାକ୍ତରମାନଙ୍କ ଅବସର ବୟସ ସୀମାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

CGU newପୂର୍ବରୁ ଡାକ୍ତରମାନଙ୍କ ଅବସର ବୟସ ୬୨ ବର୍ଷ ଥିଲା। ଏହାସହିତ ଶ୍ରମ ଓ ଇଏସ୍‌ଆଇ ବିଭାଗରେ କାମ କରୁଥିବା ଇନସ୍ୟୁରାନ୍ସ ମେଡିକାଲ ଅଫିସରମାନଙ୍କ ଅବସର ବୟସ ମଧ୍ୟ ୬୫ ବର୍ଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comment