ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

himesh reshammiya

ବଲିଉଡରେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ହେଉଛନ୍ତି ହିମେଶ ରେଶମିୟା। ଏକାଧାରାରେ ଜଣେ ସିଙ୍ଗର, କମ୍ପୋଜର ଏବଂ ଆକ୍ଟର ଭାବରେ ବଲିଉଡରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ସେ। ଆଜି ନିଜର ୪୭ତମ ଜନ୍ମଦିବସ ପାଳନ କରିଛନ୍ତି ହିମେଶ।

୧୯୭୩ ମସିହା ଜୁଲାଇ ୨୩ରେ ଜନ୍ମଗ୍ରହଣ କରିଥିଲେ ହିମେଶ। ଗାୟକ ହେବା କେବେ ବି ତାଙ୍କର ସ୍ୱପ୍ନ ନଥିଲା। ନିଜ ବାପାଙ୍କ ଇଚ୍ଛାକୁ ପୁରା କରିବାକୁ ଯାଇ ସଂଗୀତକୁ ସେ କ୍ୟାରିୟର ଭାବେ ବାଛି ନେଇଥିଲେ। ହିମେଶ ହେଉଛନ୍ତି ପ୍ରଥମ କଳାକାର ଯାହାଙ୍କୁ ନିଜର ଡେବ୍ୟୁ ଗୀତ ପାଇଁ ଫିଲ୍ମଫେୟାର ବେଷ୍ଟ ଡେବ୍ୟୁ ସିଙ୍ଗରର ଆଓ୍ୱାର୍ଡ ମିଳିଥିଲା।

CGU new

ହିମେଶଙ୍କ ପ୍ରଥମ ଆଲବମ୍ ‘ଆପକା ସୁରୁର୍’କୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ସଲମାନ ଖାନଙ୍କ ଫିଲ୍ମ ‘ପ୍ୟାର କିୟା ତୋ ଡରନା କ୍ୟା’ରୁ ସେ ନିଜ ସଂଗୀତ କ୍ୟାରିୟର ଆମ୍ଭ କରିଥିଲେ। ଫିଲ୍ମ ‘ତେରେ ନାମ’ ତାଙ୍କୁ ସଫଳତା ଆଣି ଦେଇଥିଲା। ‘ଆଶିକ ବନାୟା ଆପନେ’,’ଝଲକ ଦିଖଲାଜା’ ଭଳି ଗୀତ ଗାଇ ସେ ଦର୍ଶକଙ୍କ ମନ ଜିଣିଥିଲେ। ୨୦୦୭ରେ ଫିଲ୍ମ ‘ଆପକା ସୁରୁର୍’ ଜରିଆରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ହିମେଶ। ଏହାପରେ ମଧ୍ୟ ସେ କେତେକ ଫିଲ୍ମରେ ନଜର ଆସିଛନ୍ତି।

himesh Reshammiya

ଏପର୍ଯ୍ୟନ୍ତ ପ୍ରାୟ ସାତ ଶହରୁ ଅଧିକ ଗୀତ ଗାଇବା ସହ ୧୨୦ ଗୀତ କମ୍ପୋଜ କରିସାରିଛନ୍ତି ହିମେଶ। ବିଭିନ୍ନ ରିଆଲିଟି ସୋ’ରେ ସେ ଜଜ୍ ଭାବେ ମଧ୍ୟ ନଜର ଆସିଛନ୍ତି। ହିମେଶ ହେଉଛନ୍ତି ବଲିଉଡର ମଲ୍ଟି ଟାଲେଣ୍ଟ କଳାକାରଙ୍କ ମଧ୍ୟରୁ ଜଣେ।

Comment