ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ଆଜି ରିଲିଜ ହେବ। ଏହି ଦିନକୁ ବହୁ ଦିନରୁ ସୁଶାନ୍ତଙ୍କ ଫ୍ୟାନ୍ସ, ବନ୍ଧୁ ଓ ପରିବାର ଅପେକ୍ଷା କରିଥିଲେ। ତେବେ ଏହି ଫିଲ୍ମକୁ ଆପଣ କେଉଁଠି ଏବଂ କେମିତି ଦେଖିପାରିବେ ଜାଣନ୍ତୁ।

ଏହି ଫିଲ୍ମ ଆପଣ ଡିସ୍ନି ହଟଷ୍ଟାରରେ ଦେଖିପାରିବେ। ଏଥିପାଇଁ ଆପଣଙ୍କ ଫୋନରେ ଡିସ୍ନି ହଟଷ୍ଟାର ଆପ୍‌ ରହିଥିବା ଦରକାର। ଯଦି ଆପଣଙ୍କ ଫୋନରେ ଏହି ଆପ୍‌ ନାହିଁ ତେବେ ଆପଣ ପ୍ଲେ ଷ୍ଟୋରକୁ ଯାଇ ଏହି ଆପ୍‌ ଡାଉନଲୋଡ କରିପାରିବେ।CGU new

ଏହି ଫିଲ୍ମକୁ ଆଜି ସନ୍ଧ୍ୟା ୭.୩୦ରେ  ଡିସ୍ନି ହଟଷ୍ଟାରରେ ଲାଇଭ୍‌ ଦେଖିପାରିବେ। ହଟଷ୍ଟାର ଏହି ଫିଲ୍ମ ଫ୍ରି ରିଲିଜ କରୁଛି। ଏହାର ଅର୍ଥ ଆପଣ ଯଦି ହଟଷ୍ଟାରର ପ୍ରିମିୟମ ମେମ୍ବର ନୁହଁନ୍ତି ତାହେଲେ ବି ଆପଣ ଏହି ଫିଲ୍ମ ଦେଖି ପାରିବେ।

ନିର୍ଦ୍ଦେଶକ ମୁକେଶ ଛାବରାଙ୍କ ଏହି ଫିଲ୍ମଟି ପ୍ରେମ ଓ ମୃତ୍ୟୁ ଉପରେ ଆଧାରିତ। ସବୁ ସମସ୍ୟା ଭିତରେ ବି ଜୀବନ କିଭଳି ଖୁସିରେ ବିତାଇବା କଥା ତାହା ହିଁ ଦେଖାଯାଇଛି। ଜଣେ କ୍ୟାନ୍ସର ପୀଡ଼ିତା ଝିଅ କିଭଳି ପ୍ରେମରେ ପଡ଼ି ଯାଉଛି ତାକୁ ନେଇ ଫିଲ୍ମର କାହାଣୀ ଆଗକୁ ବଢ଼ିଛି। ଏହି ପିଲ୍ମରେ ସୁଶାନ୍ତଙ୍କ ସହ ନଜର ଆସିବେ ନବାଗତା ସଞ୍ଜନା ସାଙ୍ଘୀ।

Comment