ଓଡ଼ିଶାଲାଇଭ୍‌ ବ୍ୟୁରୋ


ଭାରତରେ ପ୍ରାୟ ଅଧିକାଂଶ ଖାଦ୍ୟରେ ଆଳୁ ସାମିଲ ଥାଏ। ଆଳୁରେ କ୍ୟାଲସିୟମ, ଫାଇବର, ଭିଟାମିନ ବି ଏବଂ ଫସଫରସ ଥାଏ। ଆଳୁ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ମାତ୍ର ମାତ୍ରାଧିକ ଆଳୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ।

ଆବଶ୍ୟକ ଅନୁସାରେ ପ୍ରତିଦିନ ଆଲୁ ଖାଇଲେ ବିଭିନ୍ନ ପ୍ରକାର ଉପକାର ମିଳିଥାଏ।

ଜାଣନ୍ତୁ ଆଳୁର ଫାଇଦା

ଆଳୁରେ କଲୋଷ୍ଟ୍ରଲ ନଥାଏ। ଏଥିରେ ପୋଟାସିୟମ, ଭିଟାମିନ ସି ରହିଛି। ଏହି ସବୁ ପୋଷକ ତତ୍ତ୍ୱ ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।CGU new

ହାଡ଼କୁ ମଜବୁତ କରିଥାଏ

ଆଳୁରେ ଥିବା ମାଗ୍ନେସିୟମ ଓ ପୋଟାସିୟମ ହାଡ଼କୁ ସୁସ୍ଥ ରଖିବା ସହ ମଜବୁତ କରିଥାଏ।

ଏକ ସର୍ଭେ ଅନୁସାରେ ଜଣାପଡ଼ିଛି ଯେ ଆଳୁ ଖାଇଲେ ରକ୍ତଚାପ ନିୟନ୍ତ୍ରିତ ରହିଥାଏ।  ସେହିପରି ଏହା ପାଚନକ୍ରିୟାକୁ ସକ୍ରିୟ କରିଥାଏ। ଏଥିରେ ଥିବା କାର୍ବୋହାଇଡ୍ରେଟ ହଜମ ଶକ୍ତିକୁ ଠିକ୍‌ ରଖିଥାଏ।

Comment