ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଜେରା ହେବେ ନିର୍ଦ୍ଦେଶକ ମହେଶ ଭଟ୍ଟ। ଆସନ୍ତା ଦିନେ କିମ୍ବା ୨ ଦିନ ଭିତରେ ତାଙ୍କୁ ପଚରା ଉଚରା କରିପାରେ ମୁମ୍ବାଇ ପୋଲିସ। ଏନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ।

ମହେଶଙ୍କ ସହିତ ସୁଶାନ୍ତଙ୍କ ସମ୍ପର୍କ କିପରି ଥିଲା? ଅଭିନେତ୍ରୀ ରିୟା ଓ ସୁଶାନ୍ତଙ୍କୁ ନେଇ ମହେଶଙ୍କର କିଛି ବିବାଦ ଥିଲା କି? ଏଭଳି କିଛି ପ୍ରଶ୍ନକୁ ନେଇ ମହେଶଙ୍କୁ ଜେରା କରିବା ପୋଲିସ।

ତେବେ ପୂର୍ବରୁ କିଛି ଫିଲ୍ମକୁ ପେଇ ମହେଶ ସୁଶାନ୍ତଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ସେହି ଫିଲ୍ମ କେବେ ନିର୍ମିତ ହୋଇନାହିଁ। ଏହାର କାରଣ କ’ଣ ଜାଣିବାକୁ ଚେଷ୍ଟା କରିବ ପୋଲିସ।

ସେହିପରି ପ୍ରଯୋଜକ କରଣ ଜୋହରଙ୍କୁ ମଧ୍ୟ ପୋଲିସ ନୋଟିସ କରିଛି। ଆବଶ୍ୟକ ପଡ଼ିଲେ କରଣ ବି ଥାନାକୁ ଆସି ପାରନ୍ତି।

Comment