ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

Aishwarya rai bachhan

ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା କରୋନାରୁ ସୁସ୍ଥ ହୋଇଛନ୍ତି। ହସ୍ପିଟାଲରୁ ଡିସଚାର୍ଜ ହୋଇ ବର୍ତ୍ତମାନ ଦୁହେଁ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି।

ତେବେ ବିଗତ ଦଶ ଦିନ ଧରି ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ହସ୍ପିଟାଲରେ ଭର୍ତ୍ତି ଥିଲେ। ଏବେ ତାଙ୍କର କରୋନା ଟେଷ୍ଟ ନେଗେଟିଭ୍ ଆସିବାରୁ ଉଭୟ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି। ଏନେଇ ଅଭିଷେଖ ବଚ୍ଚନ ଟୁଇଟ କରି ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

aishwarya

ତେବେ ଜୁଲାଇ ୧୨ରେ ଅମିତାଭ ବଚ୍ଚନ ଏଭଂ ପୁଅ ଅଭିଷେଖ ବଚ୍ଚନ ଦୁହେଁ କରୋନା ପଜିଟିଭ୍ ବୋଲି ଜଣା ପଡ଼ିଥିଲେ। ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ପରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ମଧ୍ୟ କରୋନା ପଜିଟିଭ୍ ଆସିଥିଲେ। କିଛି ଦିନ ହୋମ କ୍ୱାରେଣ୍ଟାଇନରେ ରହିବା ପରେ ସେମାନେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା କରୋନାରୁ ସୁସ୍ଥ ହୋଇଥିବା ବେଳେ ଅମିତାଭ ବଚ୍ଚନ ଏବଂ ଅଭିଷେଖ ଏବେବି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

Comment