ଓଡ଼ିଶାଲାଇଭ୍ ବ୍ୟୁରୋ

ossc

 

ଓଡ଼ିଶା ଖାଦ୍ୟ ସୁରକ୍ଷା କମିଶନର୍‌ ଅଧିନରେ ଖାଦ୍ୟ ସୁରକ୍ଷା ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଆଜିଠୁ ଆସନ୍ତା ଅଗଷ୍ଟ ୧୬ ତାରିଖ ଯାଏଁ ଚାଲୁ ରହିବ। ଏହି ନିଯୁକ୍ତି ସଂପୂର୍ଣ୍ଣରୂପେ ଚୁକ୍ତିଭିତ୍ତିକ।

ଏହି ୩ଟି ପଦବୀ ମଧ୍ୟରୁ ୧ଟି ସାଧାରଣବର୍ଗଙ୍କ ପାଇଁ, ୧ଟି ଏସସି ଏବଂ ୧ଟି ଏସଟି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ।

 

ଶିକ୍ଷାଗତ ଯୋଗ୍ୟତା

  •  ଫୁଡ୍ ଟେକ୍ନୋଲୋଜି/ବାୟୋ ଟେକ୍ନୋଲୋଜି/ଡାଏରୀ ଟେକ୍ନୋଲୋଜି/ଅଏଲ୍ ଟେକ୍ନୋଲୋଜି/କୃଷି ବିଜ୍ଞାନ/ପଶୁ ବିଜ୍ଞାନ/ବାୟୋ-କେମେଷ୍ଟ୍ରୀ/ମାକ୍ରୋ-ବାୟୋଲୋଜି/ଏଆଇସିଟିଇ ଦ୍ଵାରା ସୀକୃତ ୟୁନିଭରସିଟିରୁ ସ୍ନାତକ କରିଥିବେ। ରସାୟନିକ ବିଜ୍ଞାନରେ ସ୍ନାତକୋତ୍ତର କରିଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।
  • କମ୍ପ୍ୟୁଟର ଆପ୍ଲକେସନ୍‌ ଯଥା ଓ୍ଵିନ୍‌ଡୋଜ୍‌, ଏମ୍‌ଏସ୍‌ ଅଫିସ୍‌, ଏମ୍‌ଏସ୍‌ ଆକ୍‌ସେସ୍ ଆଦି ଉପରେ ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା: ୨୦୧୯ ଜାନୁଆରୀ ୧ ତାରିଖ ସୁଦ୍ଧା ୨୧ ବର୍ଷରୁ ୩୨ ବର୍ଷ ହୋଇଥିବା ଆବଶ୍ୟକ।

ଦରମା: ୧୬,୮୮୦ ଟଙ୍କା (ପ୍ରଥମ ବର୍ଷ)

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।

ଆବେଦନ ଶୁଳ୍କ– ୨୦୦ ଟଙ୍କା

ଅଧିକ ସୂଚନା ପାଇଁ ossc.gov.inରେ କ୍ଲିକ୍ କରନ୍ତୁ।

Comment