ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

sonu sood-5

କରୋନା ସମୟରେ ହଜାର ହଜାର ପ୍ରବାସୀ ତଥା ଛାତ୍ରଛାତ୍ରୀ ଓ ଗରିବଙ୍କ ସେବାରେ ଲାଗିଛନ୍ତି ଅଭିନେତା ସୋନୁ ସୁଦ। ଏହି ରିଲ୍ ଲାଇଫର ଅଭିନେତା ଆଜି ସାଜିଛନ୍ତି ରିଅଲ୍ ଲାଇଫ୍ ହିରୋ। ତେବେ ଆଜି ସୋନୁ ପାଳୁଛନ୍ତି ତାଙ୍କର ୪୭ତମ ଜନ୍ମଦିନ।

୧୯୭୩ ଜୁଲାଇ ୩୦ରେ ପଞ୍ଜାବର ମୋଗାଠାରେ ଜନ୍ମ ନେଇଥିଲେ ସୋନୁ। ଇଲେକ୍ଟ୍ରୋନିକ୍ସରେ ଇଞ୍ଜିନିୟରିଂ କରିଛନ୍ତି ସେ। ତେବେ କେବଳ ବଲିଉଡ ନୁହେଁ, ତେଲୁଗୁ, କନ୍ନଡ଼ ଓ ତାମିଲି ଫିଲ୍ମରେ ମଧ୍ୟ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି। ତେବେ ଜଣେ ଅଭିନେତା ହେବା ସହ ଏକାଧାରାରେ ସେ ଜଣେ ମଡେଲ୍ ଏବଂ ପ୍ରଡ୍ୟୁସର ମଧ୍ୟ।

sonu sood

୧୯୯୯ ସମିହାରେ ଫିଲ୍ମ ‘କଲ୍ଲାଜହର’ ଜରିଆରେ ସେ ଅଭିନୟ ଦୁନିଆରେ ପାଦ ଦେଇଥିଲେ। ବଲିଉଡରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ସହୀଦ ଏ ଆଜମ’। ଏଥିରେ ସେ ‘ଭଗତ ସିଂ’ଙ୍କ ଭୂମିକାରେ ବେଶ୍ ପ୍ରଶଂସା ସାଉଁଟିଥିଲେ।

ତେବେ ପରଦା ଉପରେ ମୁଖ୍ୟତଃ ଭିଲେନ୍ ଚରିତ୍ରରେ ନଜର ଆସୁଥିବା ସୋନୁ ବାସ୍ତବ ଜୀବନରେ ସାଜିଛନ୍ତି ଅନେକଙ୍କ ସାହାରା। କରୋନା କାଳରେ ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇ ସୋନୁ ପାଲଟିଛନ୍ତି ରିଅଲ୍ ହିରୋ। ଗରିବଙ୍କୁ ଖାଇବା ବଣ୍ଟନଠାରୁ ଆରମ୍ଭ କରି ବାହାରେ ଫସିଥିବା ଭାରତୀୟଙ୍କୁ ନିଜ ଘରକୁ ଫେରେଇ ଆଣିବାରେ ବିତୁଛି ତାଙ୍କ ଲକଡାଉନ। ତେବେ ଏନେଇ କିଏ ତାଙ୍କ ନାମରେ ନିଜ ଗାଁରେ ଦୋକାନ କଲାଣି ତ କିଏ ଠାକୁର ଘରେ ତାଙ୍କ ଫଟୋ ରଖି ପୂଜା କଲାଣି।

sonu sood-6

ତେବେ ନିଜ ଜନ୍ମଦିନରେ ସେ ସାରା ଦେଶରେ ମାଗଣା ମେଡିକାଲ କ୍ୟାମ୍ପ ଲଗାଇବେ ବୋଲି ନିଷ୍ପତ୍ତି ନେଇଥିବାର ସୂଚନା ମିଳୁଛି। ସୋସିଆଲ ମିଡିଆ ହେଉ ବା ଫୋନ ମାଧ୍ୟମରେ, ଯେକୌଣସି ସ୍ଥାନରୁ କେହି ନିଜ ଅସୁବିଧା ସଂପର୍କରେ ଜଣାଇଲେ ସାହାଯ୍ୟ ପାଇଁ ସବୁବେଳେ ଆଗଭର ଥାନ୍ତି ସୋନୁ। ବଲିଉଡ ଇଣ୍ଡଷ୍ଟ୍ରୀଠାରୁ ଆରମ୍ଭ କରି ଦେଶର ପ୍ରତ୍ୟକ ଲୋକଙ୍କ ମୁହଁରେ ଏବେ ସୋନୁ ସୁଦଙ୍କ ପ୍ରଶଂସା ଶୁଣିବାକୁ ମିଳୁଛି। ତାଙ୍କ ଜନ୍ମଦିନରେ ଦର୍ଶକେ ତାଙ୍କୁ ଅନେକ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

Comment