ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଭାଇଭଉଣୀଙ୍କର ପବିତ୍ର ସମ୍ପର୍କକୁ ନେଇ ତିଆରି ହୋ‍ଇଥିବା କିଛି ସିନେମା ବିଷୟରେ ଆସନ୍ତୁ ଜାଣିବା

ସିକନ୍ଦର

‘ରାକ୍ଷୀ’ ପର୍ବ ପ୍ରଥମେ ପ୍ରଦର୍ଶିତ ହୋଇଥିଲା ୧୯୪୧ ମସିହା ରିଲିଜ୍ ହୋଇଥିବା ଫିଲ୍ମ ‘ସିକନ୍ଦର’ରେ। ଏଥିରେ ପୃଥ୍ୱୀରାଜ କପୁର ସିକନ୍ଦର ଭୂମିକା ନିଭାଇଥିଲେ।

ହୁମାୟୁନ

୧୯୪୫ ମସିହାରେ ମୁକ୍ତିଲାଭ କରିଥିବା ‘ହୁମାୟୁନ’ରେ ରାଖୀ ପର୍ବର ଗୁରୁତ୍ୱ ପ୍ରଦର୍ଶିତ ହୋଇଥିଲା। ମେହବୁବ୍‌ ଖାନଙ୍କ ନିର୍ଦ୍ଦେଶିତ ଏହି ଐତିହାସିକ ସିନେମାରେ ପ୍ରଖ୍ୟାତ ଅଭିନେତା ଅଶୋକ କୁମାର ‘ହୁମାୟୁନ’ ଓ ବୀଣା ‘କର୍ଣ୍ଣବତୀ’ ଭୂମିକା ନିଭାଇଥିଲେ।

ରେଶମ୍‌ କି ଡୋରି

ଆତ୍ମାରାମଙ୍କ ନିର୍ଦ୍ଦେଶିତ ହିନ୍ଦୀ ସିନେମା ‘ରେଶମ୍ କି ଡୋରି’ରେ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ପ୍ରଦର୍ଶିତ କରାଯାଇଥିଲା। ଏହା ୧୯୭୮ରେ ରିଲିଜ୍ ହୋଇଥିଲା।

ଏହି ସିନେମାରେ ଧର୍ମେନ୍ଦ୍ର ଓ ତାଙ୍କ ଭଉଣୀଙ୍କ ଉପରେ ପିକ୍ଚରାଇଜ୍ ହୋଇଥିବା ଗୀତ ‘ବେହନା ନେ ଭାଇ କି କଲାଇ ସେ ପ୍ୟାର୍‌ ବାନ୍ଧାରେ… ପ୍ୟାର୍‌ ସେ ୟେ ସାରା ସଂସାର୍ ବାନ୍ଧାହେ…’ ଗୀତ ଏବେ ବି ବେଶ୍‍ ଲୋକପ୍ରିୟ ହୋ‍ଇ ରହିଛି।

ପ୍ୟାରି ବେହନା

୧୯୮୫ରେ ମୁକ୍ତିଲାଭ କରିଥିବା ଏକ ଫିଲ୍ମ ସୁପରହିଟ୍ ହୋଇଥିଲା ତାହା ହେଲା ‘ପ୍ୟାରି ବେହନା’। ଏଥିରେ ମିଥୁନ ଚକ୍ରବର୍ତ୍ତୀ, ପଦ୍ମିନୀ କୋହ୍ଲାପୁରୀ, ତନଭି ଆଜମୀ ବିନୋଦ ମେହେରା ଏବଂ ଶକ୍ତି କପୁର ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ।

ଏହି ସିନେମାରେ ମିଥୁନ ଚକ୍ରବର୍ତ୍ତୀ ଓ ତନ୍‌ଭି ଆଜ୍‌ମୀ ଭାଇ-ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନ ସାଙ୍ଗକୁ ରାଖି ପର୍ବର ମହତ୍ତ୍ୱ ବି ପ୍ରଦର୍ଶିତ ହୋଇଥିଲା।

ଏହି ଫିଲ୍ମରେ ଥିବା ‘ରାକ୍ଷୀ କେ ଦିନ୍‌ ବାଦା କରୋ…’, ‘ଓ ମେରି ବେହନା…’, ‘ୟେ ତୋ ଐସା ନାତାହେ…’ ଆଦି ଗୀତ ଭାଇ-ଭଉଣୀଙ୍କ ସମ୍ପର୍କକୁ ସୂଚିତ କରିଥିଲା।

ରାଖୀ

୧୯୬୨ରେ ମୁକ୍ତିଲାଭ କରିଥିଲା ଭାଇ-ଭଉଣୀ ସମ୍ପର୍କ ଉପରେ ଆଧାରିତ ଏକ ହିନ୍ଦୀ ସିନେମା ଏହାର ଟାଇଟଲ୍‌ ହେଲା ‘ରାକ୍ଷୀ’। ଏ. ଭିମସିଂହ ଏହାର ନିର୍ଦ୍ଦେଶକ। ଏଥିରେ ଅଶୋକ କୁମାର, ବହିନା ରହେମାନ, ପ୍ରଦୀପ କୁମାର ଓ ମେହେମୁଦ୍‌ ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ।

ଏହି ସିନେମା ସୁପରହିଟ୍ ମଧ୍ୟ ହୋଇଥିଲା। ପରେ ସେହି କାହାଣୀ ଉପରେ ନିର୍ମାତା ପ୍ରଦୀପ ଶର୍ମା ‘ଐସା ପ୍ୟାର୍‌ କାହାଁ’ ଟାଇଟଲରେ ଏକ ହିନ୍ଦୀ ସିନେମା ନିର୍ମାଣ କରିଥିଲେ। ଏହି ସିନେମାରେ ଜିତେନ୍ଦ୍ର, ମିଥୁନ ଚକ୍ରବର୍ତ୍ତୀ, ଜୟାପ୍ରଦା ଓ ପଦ୍ମିନୀ କୋହ୍ଲାପୁରୀ ପ୍ରମୁଖ ଅଭିନୟ କରିଥିଲା। ଏହା ବି ହିଟ୍ ହୋଇଥିଲା।

ହରେ ରାମା ହରେ କ୍ରିଷ୍ଣା

ବଲିଉଡର ଏଭରଗ୍ରୀନ୍ ହିରୋ ଦେବ ଆନନ୍ଦଙ୍କର ଏକ ସୁପରହିଟ୍ ଫିଲ୍ମ ହେଲା ‘ହରେ ରାମା ହରେ କ୍ରିଷ୍ଣା’। ଏହି ସିନେମାର କାହାଣୀର ମୁଖ୍ୟ ଆଧାର ଥିଲା ଭାଇ-ଭଉଣୀଙ୍କ ସମ୍ପର୍କ। ଏଥିରେ  ଦେବ୍‌ ଆନନ୍ଦ ଓ ଜୀନତ୍‌ ଅମନ୍‌ ଭାଇଭଉଣୀ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମର ଏକ ଗୀତ ଆଜି ବି ଖୁବ୍‌ ଜନପ୍ରିୟ। ଏହି ଗୀତଟି ହେଲା ‘ଫୁଲୋଁକା ତାରୋଁକା ସବ୍‌କୀ କେହନା ହେ, ଏକ ହଜାରୋଁ ମେଁ ମେରି ବେହନା ହେ…’।

ଅନ୍ଧାକାନୁନ

ପ୍ରଖ୍ୟାତ ନିର୍ଦ୍ଦେଶକ ଟି. ରାମାରାଓଙ୍କ ସୁପରହିଟ୍ ଫିଲ୍ମ ‘ଅନ୍ଧାକାନୁନ୍’ରେ ରଜନୀକାନ୍ତ ଓ ହେମାମାଳିନୀ ଭାଇଭଉଣୀ ଭୂମିକାରେ ନଜର ଆସିଥିଲେ। ଏଥିରେ ଭାଇ-ଭଉଣୀ ସମ୍ପର୍କରେ ଏକ ଭିନ୍ନ ଦିଗ ଦେଖାଇଥିଲେ ନିର୍ଦ୍ଦେଶକ।

Comment