ଓଡିଶାଲାଇଭ୍ ବ୍ୟୁରୋsushant-Rhea

ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ପତ୍ତା ପାଉନି ବିହାର ପୋଲିସ। ସୁଶାନ୍ତଙ୍କ ପିତା କେ.କେ.ସିଂ ରିୟାଙ୍କ ବିରୋଧରେ ଏତଲା ଦେଇଛନ୍ତି। କିନ୍ତୁ ରିୟାଙ୍କ ସନ୍ଧାନ ମିଳୁନଥିବା ବିହାର ପୋଲିସ ଡିଜି ଗୁପ୍ତେଶ୍ଵର ପାଣ୍ଡେ ଆଜି ସୂଚନା ଦେଇଛନ୍ତି।

ରିୟାଙ୍କୁ ଏପର୍ଯ୍ୟନ୍ତ ଠାବ କରାଯାଇନାହିଁ ବୋଲି ଡିଜି କହିଛନ୍ତି। ବିହାର ପୋଲିସ ଗତକାଲି ରିୟାଙ୍କ ମୁମ୍ବାଇସ୍ଥିତ ବାସଭବନକୁ ଯାଇଥିଲା। କିନ୍ତୁ ସେଠାରେ ରିୟାଙ୍କ ପତ୍ତା ମିଳିନଥିଲା। ତାଙ୍କ ମୋବାଇଲ ମଧ୍ୟ ସୁଇଚ୍ ଅଫ୍ ରହିଛି। ତେଣୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ। ତେବେ ରିୟାଙ୍କ ମ୍ୟାନେଜର ବିହାର ପୋଲିସ ସହ ଯୋଗାଯୋଗରେ ଥିବା ସୂଚନା ମିଳିଛି।sushant-Rhea-2ଅନ୍ୟପଟେ ଏହି ମାମଲା ସୁପ୍ରିମକୋର୍ଟରେ ଥିବାରୁ ମୁମ୍ବାଇ ପୋଲିସ ଡକ୍ୟୁମେଣ୍ଟ ଦେଉନାହିଁ। ସୁପ୍ରିମକୋର୍ଟ ରାୟ ଦେବା ପରେ ମୁମ୍ବାଇ ପୋଲିସ ଡକ୍ୟୁମେଣ୍ଟ ଦେବ ବୋଲି ଡିଜି କହିଛନ୍ତି।

ତେବେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଜୀବନକୁ ବାଜି ଲଗାଇଦେବୁ ବୋଲି ଡିଜିପି କହିଛନ୍ତି। ଏଥିସହ ତଦନ୍ତ ପ୍ରକ୍ରିୟାରେ କିଛି ବି ଛାଡ଼ିବୁନି ବୋଲି ସେ କହିଛନ୍ତି। ଆବଶ୍ୟକ ହେଲେ ବରିଷ୍ଠ ଆଇପିଏସ୍ ମୁମ୍ବାଇ ଯିବେ ବୋଲି ସେ ସୂଚନା ଦେଇଛନ୍ତି।

Comment