ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ କମଳା ରାଣୀ ବରୁଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ କରି ଏହି ସୂଚନା ଦେବା ସହ ଶୋକ ପ୍ରକାଶ କରିଛନ୍ତି।

ମୃତ୍ୟୁ ବେଳକୁ କମଳା ରାଣୀଙ୍କୁ ୬୨ ବର୍ଷ ବୟସ ହୋଇଥିଲା। କମଳା ରାଣୀ ଗତ ଜୁଲାଇ ୧୮ରୁ କରୋନାରେ ସଂକ୍ରମିତ ହୋଇ ଲକ୍ଷ୍ନୌର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ରବିବାର ତାଙ୍କ ମୃତ୍ୟୁ ଘଟିଛି।

କମଳା ରାଣୀଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆଜି ତାଙ୍କର ଅଯୋଧ୍ୟା ଗସ୍ତ ବାତିଲ କରିଛନ୍ତି। ରାମ ମନ୍ଦିର ଭୂମି ପୂଜନ ପ୍ରସ୍ତୁତି ସମୀକ୍ଷା ପାଇଁ ଅଯୋଧ୍ୟା ଯାଇଥିାନ୍ତ ଯୋଗୀ।

Comment