ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗଷ୍ଟ ୫ ତାରିଖରୁ ଖୋଲିବ ଜିମ୍‌ ଏବଂ ଯୋଗକେନ୍ଦ୍ର। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇଛନ୍ତି। ଏହାସହ ଜିମ୍‌ ଏବଂ ଯୋଗକେନ୍ଦ୍ର ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।

  • କଣ୍ଟେନମେଣ୍ଟ ଜୋନ ବାହାରେ ଜିମ୍‌ ଓ ଯୋଗକେନ୍ଦ୍ର ଖୋଲିବ।
  • ଯୋଗ ବା ବ୍ୟାୟାମ କରିବା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
  • ଯେଗ କେନ୍ଦ୍ରକୁ ଯୋଗାଭ୍ୟାସ କରିବା ପାଇଁ ଆସିବା ବେଳେ ମ୍ୟାଟ୍‌ ଆଣିବାକୁ ପଡ଼ିବ।
  • ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କଲେ ଯୋଗାଭ୍ୟାସ, ବ୍ୟାୟାମରୁ ନିବୃତ୍ତ ରହିବେ।
  • ଯୋଗକେନ୍ଦ୍ର, ଜିମର ଶୌଚାଳୟ ବ୍ୟବହାର ପୂର୍ବରୁ ଏବଂ ପରେ ସାନିଟାଇଜ୍‌ ହେବ।
  • ଲାପ୍ଟରଯୋଗ ପାଇଁ ମିଳିବନି ଅନୁମତି।
  • ଲକ୍‌ର, ଚେଞ୍ଜିଙ୍ଗ୍‌ ଏରିଆ, ସାୱାର ରୁମ୍‌ ଆଦି ସାନିଟାଇଜ କରାଯିବ।
  • ବ୍ୟାୟାମ ଚାଲିଥିବା ବେଳେ ରୁମ୍‌ ସଫା କରାଯିବ।
  • ଜିମ୍‌ର ପ୍ରତି ବ୍ୟାୟାମ ଉପକରଣ ପାଖରେ ସାନିଟାଇଜର ରଖାଯିବ।
  • ଉପକରଣ ବ୍ୟବହାର କରିବା ପୂର୍ବରୁ ହାତକୁ ସାନିଟାଇଜ କରିବେ।
  • ଜିମ୍‌ ଓ ଯୋଗକେନ୍ଦ୍ରରେ ବ୍ୟକ୍ତିଙ୍କ ମଧ୍ୟରେ ୬ ଫୁଟ ଦୂରତା ରହିବ।

Comment