ଓଡ଼ିଶାଲାଇଭ୍ ବ୍ୟୁରୋ

ପାଟିରୁ ବାହାରୁ ଥିବା ଦୁର୍ଗନ୍ଧ ପାଇଁ ଅନେକ ସମୟରେ ଅନ୍ୟମାନଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଥାଏ। ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ଲବଙ୍ଗ ଚା’ ପିଅନ୍ତୁ।

ଲବଙ୍ଗ ଚା’ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଏହା ପେଟରେ ଥିବା ହାନିକାରକ ବ୍ୟାକ୍ଟେରିଆକୁ ମାରି ପାଚନକ୍ରିୟାକୁ ବୃଦ୍ଧି କରିଥାଏ।

ଲବଙ୍ଗଙ୍କୁ ଗୁଣ୍ଡ କରି ପାଣିରେ ପକାଇ ଭଲ ଭାବରେ ଫୁଟାନ୍ତୁ। ପ୍ରତିଦିନ ସନ୍ଧ୍ୟାରେ ଏହାକୁ ପିଅନ୍ତୁ। ଏହାକୁ ମିଠା କିମ୍ବା ଅନ୍ୟାନ୍ୟ ଖାଦ୍ୟ ପଦାର୍ଥରେ ପକାଇ ଖାଇପାରିବେ।

ଏହି ଲବଙ୍ଗ ଚା’କୁ ପିଇଲେ ପ୍ରତିଦିନ ପିଇଲେ ପାଟି ଦୁର୍ଗନ୍ଧ କମ୍ ହୋଇଥାଏ। ଆପଣ ଚାହିଁଲେ ଲବଙ୍ଗକୁ ଚୋବାଇ ବି ଖାଇପାରିବେ। ନହେଲେ ଦାନ୍ତ ମାଢ଼ି, ପୋକଡ଼ା ଦାନ୍ତରେ ଲବଙ୍ଗ ତେଲ ବି ବ୍ୟବହାର କରିପାରିବେ।

ଲବଙ୍ଗରେ ଆଣ୍ଟିଅକ୍ସିଡାଣ୍ଟ୍, ଭିଟାମିନ୍ -ସି, କ୍ୟାଲସିୟ, ପ୍ରୋଟିନ୍, କାର୍ବୋହାଇଡେଟ୍, ଫାଇଭର୍ ଆଦି ପୋଷକ ତତ୍ୱ ଭରି ରହିଛି।

ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିସେପ୍ଟିକ୍ ଗୁଣରେ ଭରପୂର ଥିବା ଲବଙ୍ଗ ପାଚନତନ୍ତ୍ରକୁ ସତେଜ ରଖିଥାଏ। ବାନ୍ତି ଲାଗିବା, ଗ୍ୟାସ୍ ତଥା ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କରିଥାଏ ଲବଙ୍ଗ ଚା’।

ଏହାବ୍ୟତୀତ ଲବଙ୍ଗରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର କ୍ଷମତା ରହିଛି। ଏହା କ୍ୟାନ୍ସର୍ ଭଳି ମାରାତ୍ମକ ରୋଗର ଆଶଙ୍କାକୁ ଏଡ଼ାଇଥାଏ। ଲିଭରକୁ ସୁସ୍ଥ ରଖିବା ସହ ବ୍ଲଡସୁଗାରକୁ ନିୟନ୍ତ୍ରିତ ରଖେ।

Comment