ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ରାକ୍ଷୀ ପୂର୍ଣ୍ଣିମା। ସାରାଦେଶରେ ପାଳିତ ହେଉଛି ଏହି ପର୍ବ। ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସୁଛନ୍ତି ଭଉଣୀ। ଏହି ଅବସରରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇଛନ୍ତି ତାଙ୍କର ୩ ଭଉଣୀ। ରାକ୍ଷୀ ଭଳି ଦିନରେ ତାଙ୍କ ଭାଇ ତାଙ୍କ ପାଖରେ ନଥିବାରୁ ଭାବୁକ ହୋଇପଡ଼ିଛନ୍ତି ସୁଶାନ୍ତଙ୍କ ଭଉଣୀ।

ସୁଶାନ୍ତଙ୍କ ବଡ଼ ଭଉଣୀ ରାଣୀ ସୋସିଆଲ ମିଡିଆରେ ନିଜର ଭାବନାକୁ ସେୟାର କରିଛନ୍ତି।

‘‘୩୫ ବର୍ଷରେ ଆଜି ଆମ ଜୀବନର ପ୍ରଥମ ରାକ୍ଷୀ ପୂର୍ଣ୍ଣିମା, ଯେଉଁ ଦାନ ଭାଇ ଆମ ସହିତ ନାହିଁ। ପୂଜା ଥାଳି ତ ସଜା ହୋଇଛି କିନ୍ତୁ ରାକ୍ଷୀ ବାନ୍ଧିବାକୁ କେହି ନାହାନ୍ତି’’, କହିଛନ୍ତି ସୁଶାନ୍ତଙ୍କ ଭଉଣୀ।

ରାଣୀଙ୍କର ଏହି ପୋଷ୍ଟ ସୁଶାନ୍ତଙ୍କ ପ୍ରଂଶସକଙ୍କୁ ବି ଗଭୀର ମର୍ମାହତ କରିଛି। ଆଜି ବି ସମସ୍ତେ ସୁଶାନ୍ତଙ୍କୁ ମନେ ପକାଉଛନ୍ତି। ଅନ୍ୟପକ୍ଷରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ଲାଗି ତାଙ୍କ ପରିବାର ଏବେ ଜୋରଦାର ଅଭିଯାନ ଚଳାଇଛନ୍ତି।

LEAVE A REPLY

Please enter your comment!
Please enter your name here