ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଉ ୨ଟି ପ୍ଲାଜମା ବ୍ୟାଙ୍କ ଲୋକାର୍ପଣ ହୋଇଛି। ବ୍ରହ୍ମପୁର ଏମ୍‌କେସିଜି ଏବଂ ବୁର୍ଲା ଭୀମସାର୍‌ରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦ୍‌ଘାଟନ ବେଳେ ଏମକେସିଜିରେ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଏବଂ ଭିମ୍‌ସାରରେ ମନ୍ତ୍ରୀ ନବ କିଶୋର ଦାସ ଉପସ୍ଥିତ ଥିଲେ।

ଗତ ୧୫ ତାରିଖରେ ରାଜ୍ୟର ପ୍ରଥମ ପ୍ଲାଜମା ବ୍ୟାଙ୍କ କଟକ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଖୋଲିଥିଲା। ଏହାପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଏବଂ ଆଇଜିଏଚ୍‌ ରାଉରକେଲାଠାରେ ପ୍ଲାଜମା ବ୍ୟାଙ୍କ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ।

ପ୍ଲାଜମା ଥେରାପି ଗୁରୁତର କରୋନା ରୋଗୀଙ୍କ ପାଇଁ ବରଦାନ ପାଲଟିଛି। ଏହି ଚିକିତ୍ସା ପଦ୍ଧତି ସଫଳ ହେଉଥିବାରୁ ଅଧିକରୁ ଅଧିକ ପ୍ଲାଜମା ବ୍ୟାଙ୍କ ଖୋଲାଯାଉଛି। ପ୍ଲାଜମା ଦାନ ପାଇଁ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କୁ ଉତ୍ସାହିତ କରୁଛନ୍ତି ସରକାର।

Comment