ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡର ଏକ ମର୍ଯ୍ୟାଦାଜନକ ପୁରସ୍କାର ହେଲା ଫିଲ୍ମ ଫେଆର୍ ଆୱାର୍ଡ। କେତେକ ବ୍ଲକବଷ୍ଟର ମୁଭି ଫିଲ୍ମ ଫେଆର୍ ଆୱାର୍ଡରେ ବି ରେକର୍ଡ କରିଛନ୍ତି। ଆସନ୍ତୁ ଜାଣିବା ସେହି ତିନିଟି ସିନେମା କଥା, ଯାହାକୁ ମିଳିଥିଲା ଦଶଟି ଟ୍ରଫି।

ଫିଲ୍ମ ଫେଆର୍ ଟ୍ରଫି ପାଇବା ଅଧିକାଂଶ ବଲିଉଡ କଳାକାରଙ୍କ ସ୍ୱପ୍ନ। ଅଧିକାଂଶ ସିନେ ପ୍ରଯୋଜକ ବି ଚାହାଁନ୍ତି ତାଙ୍କ ସିନେମାକୁ ମିଳୁ ସବୁଠାରୁ ଅଧିକ ଫିଲ୍ମ ଫେୟାର ଆୱାର୍ଡ।

ଏମିତି କିଛି ସୁପରହିଟ୍ ହିନ୍ଦୀ ଫିଲ୍ମ ଅଛି, ଯାହାକୁ ଦଶ ଦଶଟି ଫିଲ୍ମ ଫେଆର୍ ଆୱାର୍ଡ ମିଳିଛି। ଆସନ୍ତୁ ସେଥିମଧ୍ୟରୁ ତିନିଟି ଲୋକପ୍ରିୟ ସିନେମା କଥା ଜାଣିବା।

ଦିଲ୍ ୱାଲେ ଦୁଲହନିଆ ଲେ ଜାଏଙ୍ଗେ

୧୯୯୫ରେ ରିଲିଜ୍ ହୋଇଥିଲା ୟଶ ଚୋପ୍ରାଙ୍କ ପ୍ରଯୋଜିତ ‘ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’। ଏହି ବ୍ଲକବଷ୍ଟର ଫିଲ୍ମକୁ କେଉଁ ସବୁ ବିଭାଗରେ କିଏ ଫିଲ୍ମଫେଆର୍ ଆୱାର୍ଡ ପାଇଥିଲେ ଜାଣନ୍ତୁ-

ଶ୍ରେଷ୍ଠ ସିନେମା- ଦିଲୱାଲେ ଦୁଲହନିଆ ଲେଜାଏଙ୍ଗେ (ୟଶ ଚୋପ୍ରା)

ଶ୍ରେଷ୍ଠ- ନିର୍ଦ୍ଦେଶକ – ଆଦିତ୍ୟ ଚୋପ୍ରା

ଶ୍ରେଷ୍ଠ ଅଭିନେତା – ଶାହରୁଖ୍ ଖାନ୍

ଶ୍ରେଷ୍ଠ ଅଭିନେତ୍ରୀ – କାଜୋଲ୍

ଶ୍ରେଷ୍ଠ ସହ ଅଭିନେତ୍ରୀ – ଫରିଦା ଜଲାଲ୍

ଶ୍ରେଷ୍ଠ ଗାୟକ – ଉଦିତ ନାରାୟଣ (ମେହେନ୍ଦି ଲଗାକେ ରଖ୍‌ନା…

ଶ୍ରେଷ୍ଠ ସଂଳାପ ଲେଖକ – ଆଦିତ୍ୟ ଚୋପ୍ରା ଓ ଜାଭେଦ୍ ସିନ୍ଦିକୀ

ଶ୍ରେଷ୍ଠ ହାସ୍ୟାଭିନେତା – ଅନୁପମ୍ ଖେର୍

ଶ୍ରେଷ୍ଠ ଚିତ୍ରନାଟ୍ୟ – ଆଦିତ୍ୟ ଚୋପ୍ରା।

ଦେବଦାସ (୨୦୦୨)

ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ଅଧିକାଂଶ ସିନେମା ବିଭିନ୍ନ ଶ୍ରେଣୀରେ ଫିଲ୍ମ ଫେଆର ଆୱାର୍ଡ ହାସଲ କରିଛି। ହେଲେ ତାଙ୍କ ନିର୍ଦ୍ଦେଶିତ ଦେବଦାସକୁ ମିଳିଥିଲା ମୋଟ୍ ୧୦ଟି ଟ୍ରଫି। ଆସନ୍ତୁ ଜାଣିବା କେଉଁ ଶ୍ରେଣୀରେ ମିଳିଥିଲା ଏହି ପୁରସ୍କାର ଓ କାହାକୁ।

ଶ୍ରେଷ୍ଠ ସିନେମା – ଦେବଦାସ (ଭରତ ଶାହା)

ଶ୍ରେଷ୍ଠ ନିର୍ଦ୍ଦେଶକ – ସଞ୍ଜୟ ଲୀଲା ଭଂସାଲି

ଶ୍ରେଷ୍ଠ ଅଭିନେତା – ଶାହରୁଖ ଖାନ୍

ଶ୍ରେଷ୍ଠ ଅଭିନେତ୍ରୀ – ଐଶ୍ଚର୍ଯ୍ୟା ରାୟ

ଶ୍ରେଷ୍ଠ ସହ ଅଭିନେତ୍ରୀ – ମାଧୁରୀ ଦୀକ୍ଷିତ

ଶ୍ରେଷ୍ଠ ସିନେମାଟୋଗ୍ରାଫର – ବିନୋଦ ପ୍ରଧାନ

ଶ୍ରେଷ୍ଠ କଳା ନିର୍ଦ୍ଦେଶକ – ନିତିନ ଦେଶାଇ

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା – କବିତା କ୍ରିଷ୍ଣମୂର୍ତ୍ତି ଓ ଶ୍ରେୟା ଘୋଷାଲ୍ (ଡୋଲାରେ ଡୋଲାରେ…)

ଶ୍ରେଷ୍ଠ କୋରିଓଗ୍ରାଫର୍ – ସରୋଜ ଖାନ୍ (ଡୋଲାରେ..)

ଆରଡି ବର୍ମନ ଆଓ୍ବାର୍ଡ – ଶ୍ରେୟା ଘୋଷାଲ୍ (ଦେବଦାସ)

ବ୍ଲାକ୍ (୨୦୦୫)

ସଞ୍ଜୟ ଲୀଲା ଭଂସାଲିଙ୍କ ଅନ୍ୟ ଏକ ମାଷ୍ଟର ପିସ୍‌ ଫିଲ୍ମ ହେଲା ‘ବ୍ଲାକ୍’। ଏହାକୁ ବି ଦଶଟି ଫିଲ୍ମ ଫେଆର ଆୱାର୍ଡ ମିଳିଥିଲା। ଜାଣନ୍ତୁ କାହାକୁ କେଉଁ ଶ୍ରେଣୀରେ ମିଳିଥିଲା ଏହି ଆୱାର୍ଡ

ଶ୍ରେଷ୍ଠ ସିନେମା – ବ୍ଲାକ୍

ଶ୍ରେଷ୍ଠ ନିର୍ଦ୍ଦେଶକ – ସଞ୍ଜୟ ଲୀଲା ଭଂସାଲି

ଶ୍ରେଷ୍ଠ ଅଭିନେତା – ଅମିତାଭ ବଚ୍ଚନ, ଶ୍ରେଷ୍ଠ ଅଭିନେତ୍ରୀ – ରାଣୀ ମୁଖାର୍ଜୀ

ଶ୍ରେଷ୍ଠ ସହ ଅଭିନେତ୍ରୀ – ଆୟେଶା କପୁର

ଶ୍ରେଷ୍ଠ ଫିଲ୍ମ (କ୍ରିଟିକ୍)- ବ୍ଲାକ୍

ଶ୍ରେଷ୍ଠ ଅଭିନେତା (କ୍ରିଟିକ୍) – ଅମିତାଭ ବଚ୍ଚନ, ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ) – ରାଣୀ ମୁଖାର୍ଜୀ

ଶ୍ରେଷ୍ଠ ସିନେମାଟୋଗ୍ରାଫର – ରବି କେ ଚନ୍ଦ୍ରନ୍

ଶ୍ରେଷ୍ଠ ସମ୍ପାଦନା – ବେଲା ସେଗଲ, ଶ୍ରେଷ୍ଠ ବ୍ୟାକ୍‌ଗ୍ରାଉଣ୍ଡ୍ ମ୍ୟୁଜିକ୍‌– ମଣ୍ଟି ଶର୍ମା

Comment