ଓଡ଼ିଶାଲାଇଭ୍‌ ବ୍ୟୁରୋ

ହସ୍ପିଟାଲରେ ୨୯ ଦିନ ବିତିବା ପରେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ କରୋନା ମୁକ୍ତ ହୋଇଛନ୍ତି। କରୋନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିବାକୁ ତାଙ୍କୁ ଅନୁମତି ମିଳିଛି। ଘରକୁ ଫେରିବା ନେଇ ଅଭିଷେକ ବେଶ୍‌ ଖୁସି ଅଛନ୍ତି। ସେ ଏହି ଖବର ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି।

ଅଭିଷେକ ବଚ୍ଚନ କରୋନା ପଜିଟିଭ ଜଣାପଡ଼ିବା ପରେ ଜୁଲାଇ ୧୧ ତାରିଖରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨୯ ଦିନ କାଳ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ।

ଏଥିପାଇଁ ନାନାବତୀ ହହ୍ପିଟାଲର ଡାକ୍ତର ଓ ନର୍ସଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଭିଷେକ। ଏହାପୂର୍ବରୁ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟ କରୋନା ମୁକ୍ତ ହୋଇ ଘରକୁ ଫେରିଛନ୍ତି।

Comment