ଓଡ଼ିଶାଲାଇଭ୍ ବ୍ୟୁରୋ

ଶିବାଙ୍ଗୀ ଯୋଶୀ ଏବଂ ମୋହସିନ୍ ଖାନ୍ ଅର୍ଥାତ୍ କାର୍ତ୍ତିକ-ନାଇରାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶିବଙ୍ଗୀ ଏବଂ ମୋହସିନଙ୍କ ଏକ ମ୍ୟୁଜିକ୍ ଭିଡିଓ ରିଲିଜ ହୋଇଛି। ଏହି ମ୍ୟୁଜିକ ଭିଡିଓର ଟାଇଟଲ ରହିଛି ‘ବାରିସ୍‌’।

ଗୀତରେ କାର୍ତ୍ତିକ-ନାଇରାଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳିଛି। କାର୍ତ୍ତିକ – ନାଇରାଙ୍କ ଯୋଡ଼ି ପରଦାରେ ଯାଦୁ ସୃଷ୍ଟି କରିଛି। ଏହି ଗୀତଟିକୁ ସୋସିଆଲ ମିଡିଆରେ ମଧ୍ୟ ଭଲ ରେସପନ୍ସ ମିଳିଛି।

ପାୟଲ ଦେବ ଏବଂ ଷ୍ଟେବିନ ବେନ୍‌ ଏହି ଗୀତରେ କଣ୍ଠଦାନ କରିଛନ୍ତି।  କୁନାଲ ବର୍ମା ଏହି ଗୀତ ରଚନା କରିଥିଲା ବେଳେ ଆଦିତ୍ୟ ଦେବ ଏହାର ପ୍ରଯୋଜକ ଅଛନ୍ତି।

ସିରିୟଲ୍ ‘ୟେ ରିସ୍ତା କ୍ୟା କେହଲାତା ହୈ’ରୁ ଶିବାଙ୍ଗୀ ଓ ମୋହସିନଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରିଛନ୍ତି ଦର୍ଶକ। କରୋନା ପାଇଁ ବହୁ ଦିନ ଧରି ସିରିଏଲର ସୁଟିଂ ବନ୍ଦ ରହିଥିଲା। ଲକଡାଉନ୍‌ ପରେ ନୂଆ ଏପିସୋଡ୍ ଆରମ୍ଭ ହୋଇଛି। ପରଦାରେ କାର୍ତ୍ତିକ ଏବଂ ନାଇରାଙ୍କୁ ଦେଖି ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି।

Comment