ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାର ହଟସ୍ପଟ କୁହାଯାଉଥିବା ଗଞ୍ଜାମରେ ଦୁର୍ବଳ ହେଉଛି କରୋନା। ୩ ସପ୍ତାହ ତଳେ ଯାହା ସ୍ଥିତି ଥିଲା ତାହା ଏବେ ନାହିଁ। ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଏହି ସୂଚନା ଦେଇଛନ୍ତି।
ଗଞ୍ଜାମରେ ଦିନକୁ ଦିନ ହାର୍ ମାନୁଛି କରୋନା। ୩ରୁ ୭ ଅଗଷ୍ଟ ମଧ୍ୟରେ ବ୍ରହ୍ମପୁରରେ ସେରୋଲିଜିକାଲ ସର୍ଭେ ହୋଇଥିଲା। ମୋଟ୍ ୨୮୩୦ ଜଣଙ୍କ ସାମ୍ପଲକୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ପ୍ରାୟ ଏକ-ତୃତୀଆଂଶ ଲୋକଙ୍କଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ନେଇ ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି।
ଅପରେପକ୍ଷେ ଦିତୀୟଥର ସେରୋଲିଜିକାଲ ସର୍ଭେ କରାଯିବାର ଆବଶ୍ୟକତା ରହିଥିବା ନେଇ ମଧ୍ୟ ସେ କହିଛନ୍ତି।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ ହୋଇଛି। କଟକ, ରାଉରକେଲା ଏବଂ ଗଜପତିରେ ଖୁବ୍ ଶୀଘ୍ର ସେରୋଲଜିକାଲ ସର୍ଭେ ଆରମ୍ଭ ହେବ। ବର୍ତ୍ତମାନ ବଡ଼ମ୍ଵା, ନରସିଂହପୁରରେ ସେରୋଲଜିକାଲ ସର୍ଭେ ଚାଲୁଥିବା ସେ କହିଛନ୍ତି।

















