ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ସିରିଏଲ୍ କିସର୍ ଇମେଜ୍‌ରେ ଛନ୍ଦି ହୋଇଛନ୍ତି ନାମୀ ଅଭିନେତା ଇମ୍ରାନ୍ ହାସମୀ। ସେ ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ଫ୍ଲପ୍ ଫିଲ୍ମ ‘ଫୁଟପାଥ୍’ରେ ଡେବ୍ୟୁ କରିଥିଲେ।

ପ୍ରଥମ ଫିଲ୍ମରେ ଅସଫଳତାର ଶିକାର ହୋଇଥିଲେ ବଲିଉଡର ସିରିଏଲ୍ କିସର୍ ଇମ୍ରାନ୍ ହାସମୀ। ତାଙ୍କୁ ଷ୍ଟାର ବନାଇଥିବା ସିନେମା ହେଲା ‘ମର୍ଡର୍’। ଏହାପରେ ବଲିଉଡର ସିରିଏଲ୍ କିସର୍ ଇମ୍ରାନ୍ ହାସମୀ ‘ଗ୍ୟାଙ୍ଗଷ୍ଟର’ ଓ ‘ଅକ୍ସର’ ଭଳି ସିନେମାରେ ବି ସଫଳତା ହାସଲ କରିଥିଲେ।

ଏହା ପରେ ସେ ‘ଆଓ୍ବାରପନ୍’, ‘ଦି ଟ୍ରେନ୍’, ‘ଗୁଡବଏ ବ୍ୟାଡ୍ ବୟ’, ‘ଦିଲ୍ ଦିୟା ହେ’ ଏବଂ ‘ଦି କିଲର୍’।

ବଲିଉଡର ସିରିଆଲ୍ କିସର ଓ ସିରିଆଲ୍ କିଲର୍ ଇମ୍ରାନ୍ ହାସମୀ ନିଜର ଏଭଳି ଅସଫଳତାକୁ ନେଇ ଖୁବ୍ ଚିନ୍ତିତ ଥିଲେ। ଏପରିକି ସେହି ସମୟରେ ସେ ନିଜର କ୍ୟାରିଅର୍ ବଦଳାଇବା ଲାଗି ମଧ୍ୟ ସ୍ଥିର କରିଥିଲେ, ପରେ ଏ କଥା ବଲିଉଡର ସିରିଆଲ୍ କମର ଓ ସିରିଆଲ୍ କିଲର ଏକ ସାକ୍ଷାତକାରରେ କହିଥିଲେ।

ଇମ୍ରାନଙ୍କୁ ନେଇ ନିର୍ମାତା ମୁକେଶ ଭଟ୍ଟ ‘ଜନ୍ନତ’ ଟାଇଟଲରେ ଆଉ ଏକ ଫିଲ୍ମ ନିର୍ମାଣ କରିବାକୁ ଆଗ୍ରହ ଦେଖାଇଲେ। ସେହି ସମୟରେ ନିର୍ଦ୍ଦେଶକ ଅନୁରାଗ ବାସୁ ଭଟ୍ଟ ଶିବିର ଛାଡ଼ି ସାରିଥିଲେ। ଏଣୁ ଜଣେ ନୂଆ ନିର୍ଦ୍ଦେଶକଙ୍କ ହାତରେ ନିର୍ଦ୍ଦେଶନା ଦାୟିତ୍ଵ ଦିଆଗଲା।ଏହି ନିର୍ଦ୍ଦେଶକ ଜଣକ ହେଲେ କୁନାଲ ଦେଶମୁଖ। ସେ ‘ଜନ୍ନତ’ ଫିଲ୍ମର ନିର୍ଦ୍ଦେଶନା ଦେଲେ। ଫିଲ୍ମର ସୁଟିଂ ଓ ପୋଷ୍ଟ୍ ପ୍ରଡକ୍ସନ କାମ ଠିକ୍ ସମୟରେ ସରିଥିଲା।

ପ୍ରଥମେ ନିର୍ମାତା ମୁକେଶ ଭଟ୍ଟ ‘ଜନ୍ନତ’କୁ ୨୦୦୮ ମଇ୨ ତାରିଖରେ ରିଲିଜ୍ କରିବାର ଯୋଜନା କରିଥିଲେ। କିନ୍ତୁ ଏହାର ଏକ ସପ୍ତାହ ପୂର୍ବରୁ ଅକ୍ଷୟ କୁମାର, ସୈଫ୍ ଅଲ୍ଲୀ ଖାନ୍ କରିନା କପୁର ଷ୍ଟାରର୍’ ଟସନ୍’ ଭଳି ବିଗ୍ ବଜେଟ୍ ମୁଭି ରିଲିଜ୍ ହୋଇଥିଲା। ଏଣୁ ମୁକେଶ ଭଟ୍ଟ ‘ଜନ୍ନତ’ ଫିଲ୍ମ ରିଲଜ ମଇ ୧୬ରେ କରାଇଥିଲେ।

ଇମ୍ରାନ ହାସମୀଙ୍କ ପାଇଁ ‘ଜନ୍ନତ’ ଫିଲ୍ମ ବରଦାନ ସାବ୍ୟସ୍ତ ହେଲା। ବଲିଉଡର ଇମ୍ରାନ ହାସମୀଙ୍କ ଅଧିକାଂଶ ସିନେମା ୧୩ରୁ ୧୪ କୋଟିର ବ୍ୟବସାୟ କରୁଥିଲା। କିନ୍ତୁ ‘ଜନ୍ନତ’ ୩୦ କୋଟି ଟଙ୍କାର ବ୍ୟବସାୟ କରିଥିଲା।

ଇମ୍ରାନ୍ ହାସମୀଙ୍କ ଅଭିନୀତ ‘ଜନ୍ନତ୍’ ସେ ବର୍ଷ ବହୁ ଚର୍ଚ୍ଚିତ ସିନେମାଠାରୁ ବି ବକ୍ସ ଅଫିସରେ ଅଧିକ କଲେକ୍ସନ କରିଥିଲା। ଏହି ଫିଲ୍ମ ମଧ୍ୟରେ ‘ଟସନ୍’, ‘କିସ୍ମତ୍ କନେକ୍ସନ୍’ ଓ ‘ଫ୍ୟାସନ୍’ ଆଦି ରହିଛି।

‘ଜନ୍ନତ’ କୌଣସି କ୍ଲାସିକ୍ ଫିଲ୍ମ ନଥିଲା। ଏହାକୁ  ବଲିଉଡର ସିରିଆଲ୍ କିସର୍ ଓ ସିରିଆଲ୍ କିଲର ଇମ୍ରାନ ହାସମୀଙ୍କ ଅନ୍ୟ ଫିଲ୍ମ ଭଳି ‘A’ ସେନ୍ସର୍ ସାର୍ଟିଫିକେଟ୍ ମିଳିନଥିଲା। ଏଥିରେ ସୋନାଲ୍ ଚୌହ୍ଵାନ୍ ଫିମେଲ୍ ଲିଡରେ ନଜର ଆସିଥିଲେ।

ବଲିଉଡର ସିରିଆଲ୍ କିସର୍ ଓ ସିରିଆଲ୍ କିଲର୍ ଇମ୍ରାନ ହାସମୀଙ୍କ ‘ଜନ୍ନତ୍’ର ସଙ୍ଗୀତ ବି ବେଶ୍ ଶ୍ରୁତିମଧୁର ଥିଲା। ଏହା ଫିଲ୍ମକୁ ସଫଳତା ଆଣିବାରେ ସହାୟକ ହୋଇଥିଲା।

‘ଜନ୍ନତ୍’ ରିଲିଜ୍ ହେବା ପରେ ଇମ୍ରାନ ହାସମୀ ନିଜର ମନ ପରିବର୍ତ୍ତନ କରିଥିଲେ ଓ ସେ ପୁଣି ଅଭିନୟ କ୍ଷେତ୍ରରେ ମନୋନିବେଶ କଲେ।

Comment