ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ ଇଣ୍ଡିଆରେ ଧୋନୀ ଯୁଗର  ଅନ୍ତ ଘଟିଛି।  ଶନିବାର ସନ୍ଧ୍ୟାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଭଲ ପାଇବା ଓ ସମର୍ଥନ ଯୋଗୁଁ ପ୍ରଂଶସକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ପ୍ରଂଶସକଙ୍କ ପାଇଁ ଖୁସିର କଥା ଏହା ଯେ ଚଳିତ ବର୍ଷ ଧୋନୀ ଆଇପିଏଲ ଖେଳିବେ।BGU

୨୦୧୯ ବିଶ୍ୱକପ ସେମିଫାଇନାଲ ପରଠାରୁ ସେ କୌଣସି ମ୍ୟାଚ ଖେଳିନଥିଲେ। ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଥିଲେ ଧୋନୀ।

ତାଙ୍କ କ୍ୟାରିୟର ଭିତରେ ସେ ଦିନିକିଆରେ ୧୦, ୭୭୩, ଟେଷ୍ଟରେ ୪,୮୭୬ ରନ୍‌ ସଂଗ୍ରହ କରିଛନ୍ତି। ୨୦୦୪ ମସିହା ଡିସେମ୍ବର ୨୩ ତାରିଖ, ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆାରେ ଖେଳିବାକୁ ସୁଯୋଗ ପାଇଥିଲେ ମାହି। ହେଲେ ସେହି ମ୍ୟାଚରେ ହିଁ ସେ ଜିରୋରେ ହିଁ ରନଆଉଟ ହୋଇଯାଇଥିଲେ।

Comment