ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଟାଙ୍କଳ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ୍ ସିଲିଣ୍ଡର ଫାଟିଯିବାରୁ ୪ଟି ପରିବାର ସର୍ବସ୍ୱାନ୍ତ ହୋଇଛନ୍ତି।

ଗତକାଲି ରାତି ୮ଟା ବେଳେ ଟାଙ୍କଳ ପଣ୍ଡା ସାହିର ମଙ୍ଗୁଳି ପ୍ରଧାନଙ୍କ ଘରେ ହଠାତ୍‌ ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ଚାଳକୁ ନିଆଁ ବ୍ୟାପିଯାଇଥିଲା। ଚାହୁଁ ଚାହୁଁ ପାଖ ପଡୋଶୀ ପନ୍ଧାରୀ ମହାରଣାଙ୍କ ୧୦ ବଖରା ଘର ସଂପୂର୍ଣ ପୋଡ଼ି ଜଳି ପାଉଁଶ ହୋଇଗଲା।BGUଫଳରେ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ଓ ରଣପୁର ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here