ଓଡ଼ିଶାଲାଇଭ୍ ବ୍ୟୁରୋ

ashok lavsa

ନିର୍ବାଚନ କମିସନର ଅଶୋକ ଲାଭାସା ଇସ୍ତଫା ଦେଇଛନ୍ତି। ଏସିଆନ୍ ଡେଭଲେପମେଣ୍ଟ ବ୍ୟାଙ୍କରେ ଭାଇସ ପ୍ରେସିଡେଣ୍ଟ ଭାବେ କାମ କରିବେ। ଜାନୁଆରୀ ୨୦୧୮ରେ ବରିଷ୍ଠ ଆଇଏଏସ ଅଧିକାରୀ ଅଶୋ ଲାଭାସା ନିର୍ବାଚନ କମିସନର ଭାବେ ଯୋଗଦେଇଥିଲେ। ନିର୍ବାଚନ କମିସନର ଭାବେ ଆହୁରି ୨ବର୍ଷ କାର୍ଯ୍ୟକାଳ ଥିଲେ ମଧ୍ୟ ସେ ଏ ପଦବିରୁ ଇସ୍ତଫା ଦେଇଛନ୍ତି।

ଜୁଲାଇ ୧୫ରେ ଏସିଆନ ଡେଭଲେପମେଣ୍ଟ ବ୍ୟାଙ୍କ ଭାଇସ ପ୍ରେସିଡେଣ୍ଟ ଭାବେ ତାଙ୍କ ନାମ ଘୋଷଣା କରିଥିଲା। ତେବେ କେନ୍ଦ୍ର ସରକାରଙ୍କ ମଞ୍ଜୁରି ମିଳିବା ପରେ ସେ ଇସ୍ତଫା ଦେଇଛନ୍ତି। ଗତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ବିରୋଧରେ ଆଚରଣ ସଂହିତା ମାମଲା ଉଲ୍ଲଂଘନ ନେଇ ତଦନ୍ତ କରିଥିବା ପ୍ୟାନେଲର ନିର୍ଦ୍ଦେଶ ବିରୋଧରେ ମତ ରଖି ଚର୍ଚ୍ଚାକୁ ଆସିଥିଲେ ଅଶୋକ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ୬ଟି ଅଭିଯୋଗ ହୋଇଥିଲା। ଏଥିରୁ କେତୋଟି ଅଭିଯୋଗ ସମ୍ପର୍କରେ ପ୍ୟାନେଲ ସହଯୋଗୀଙ୍କ ସହ ସହମତ ହୋଇ ନ ଥିଲେ ଅଶୋକ। ଏପରି କି କହିଥିଲେ ତାଙ୍କ ମତ ସପକ୍ଷରେ ବେଶୀ ସମର୍ଥନ ନ ଥିବାରୁ ତାଙ୍କ ମତାମତକୁ ଗୁରୁତ୍ୱ ଦିଆଯାଉନି। ଏହା ପରେ ସେ କେତେକ ବୈଠକରେ ଯୋଗ ଦେବା ବନ୍ଦ କରିଦେଇଥିଲେ। ଏପରିକି ଗତ ଅକ୍ଟୋବରରେ ଆୟକର ବିଭାଗ ତାଙ୍କ ପତ୍ନୀଙ୍କୁ ଏକ ନୋଟିସ ଦେଇଥିଲା। ଆୟକର ଭରିବାରେ ଅନିୟମିତତା ଦର୍ଶାଇ ଏହି ନୋଟିସ୍ ଦେଇଥିଲା।

BGU

ଅଶୋକ ଲାଭାସା ଅଷ୍ଟ୍ରେଲିଆରୁ ବିଜନେସ ମ୍ୟାନେଜମେଣ୍ଟରେ ଡିଗ୍ରି ଓ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଡିଫେନ୍ସ ଆଣ୍ଡ ଷ୍ଟ୍ରାଟେଜିକ ଷ୍ଟଡିଜରେ ଡିଗ୍ରି ହାସଲ କରିଛନ୍ତି। ଏସିଆନ ଡେଭଲେପମେଣ୍ଟ ବ୍ୟାଙ୍କ ଏସୀୟ ଦେଶଗୁଡ଼ିକର ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ  କାମ କରୁଥିବା ବେଳେ ଏ କ୍ଷେତ୍ରରେ  ଅଶୋକଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି। ସେ ଫାଇନାନ୍ସ, ଅର୍ଥନୈତିକ ବ୍ୟାପାର ଓ ବେସାମରିକ ବିମାନ ଚଳାଚଳ ଭଳି କ୍ଷେତ୍ରରେ କାମ କରିଛନ୍ତି।

Comment