ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ କରୋନା କଟକଣା ଭିତରେ ଦୁବାଇରେ ଆୟୋଜିତ ହେବ ଆଇପିଏଲ। ଏଥିପାଇଁ ଏବେଠାରୁ ବିଭିନ୍ନ ଦଳ ଦୁବାଇ ମୁହାଁ ହେଲେଣି। କିଙ୍ଗସ ଇଲେଭେନ୍ ପଞ୍ଜାବ ପରେ ଏବେ ଦ୍ୱିତୀୟ ଦଳ ଭାବେ ରାଜସ୍ଥାନ ରୟାଲ୍ସର କିଛି ଖେଳାଳି ଦୁବାଇରେ ପହଞ୍ଚିଛନ୍ତି।

ତେବେ ରାଜସ୍ଥାନ ରୟାଲ୍ସର ଖେଳାଳିମାନେ ଦୁବାଇ ଯିବା ସମୟରେ ଆଜି ପିପିଇ କିଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଯାହାକି ଏବେ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ ହୋଇଛି। ମୁହଁରେ ମାସ୍କ ସାଙ୍ଗକୁ ଖେଳାଳିମାନେ ପିପିଇ କିଟ୍ ପିନ୍ଧି ବିମାନଯାତ୍ରା କରିଛନ୍ତି।BGUତେବେ କରୋନା ଭାଇରସ୍ କବଳରୁ ନିଜକୁ ରକ୍ଷା କରିବା ପାଇଁ ଖେଳାଳିମାନଙ୍କ ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ରାଜସ୍ଥାନ ରୟାଲ୍ସ ପକ୍ଷରୁ ମଧ୍ୟ ଖେଳାଳିଙ୍କ ଏହି ଫଟୋକୁ ସେଆର୍ କରାଯାଇଛି।

ଚଳିତବର୍ଷ ସେପ୍ଟେମ୍ବର ୧୯ରୁ ଆଇପିଏଲ୍ ଆରମ୍ଭ ହୋଇ ନଭେମ୍ବର ୧୦ରେ ଶେଷ ହେବ। କୋଭିଡ୍ ଗାଇଡଲାଇନକୁ ମାନି ଖେଳାଳିମାନେ ଫଟାଫଟ୍ କ୍ରିକେଟରେ ଅଂଶୀଦାର ହେବେ। ଯେଉଁ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କୁ ଆଇପିଏଲ ଦଳରୁ ବାଦ ଦିଆଯିବ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here